ଆଇନ କାନୁନଓଡ଼ିଶାବ୍ୟକ୍ତିତ୍ୱସ୍ୱତନ୍ତ୍ର

ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତ ହେଲେ ସଞ୍ଜୟ କୁମାର ମିଶ୍ର

ନୂଆଦିଲ୍ଲୀ : ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟର ଜଣେ ନୂଆ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ସଞ୍ଜୟ କୁମାର ମିଶ୍ରଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନର ଅନୁଚ୍ଛେଦ ୨୧୭ ଅନ୍ତର୍ଗତ ଧାରା ୧ର କ୍ଷମତା ବଳରେ ଏହି ନିଯୁକ୍ତି ଦେଇଛନ୍ତି।

ଗତ ଜାନୁୟାରୀ ମାସରେ ୪ ଜଣ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ ଗ୍ରହଣ କରିଥିଲେ। ତେବେ ସଞ୍ଜୟ କୁମାର ମିଶ୍ର ବୁର୍ଲାରେ ଜନ୍ମଗ୍ରହଣ କରିଥିବାବେଳେ ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ମୁକ୍ତାଦେଇପୁର ଗ୍ରାମରେ ଅଟେ । ସେହିପରି ୧୯୮୩ରେ ତାଳଚେର ଥାର୍ମଲ ହାଇସ୍କୁଲରୁ ମାଟ୍ରିକ ଏବଂ ୧୯୮୭ରେ ଅନୁଗୁଳ କଲେଜରୁ ବିକମ ପାସ କରିଥିଲେ ।  ପରେ ୧୯୯୦ରେ ଏମ୍‌.ଏସ୍‌. ଲ’ କଲେଜରୁ ଏଲ୍‌ଏଲ୍‌ବି ପାସ୍‌ କରିବା ପରେ ସଞ୍ଜୟ ଜଣେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଓଡ଼ିଶା ହାଇକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବା ସହ ଜଣେ ଦକ୍ଷ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିଛନ୍ତି ।

Show More

Related Articles

Back to top button