Breaking PLUSଓଡ଼ିଶାଖେଳଦେଶମୁଖ୍ୟ ଖବର
ଇଣ୍ଡିଆସ୍କିଲ୍ସରେ ଓଡ଼ିଶା ଶୀର୍ଷସ୍ଥାନ, ୫୭ ପଦକ ଜିତିଲେ ପ୍ରତିଯୋଗୀ

ଇଣ୍ଡିଆସ୍କିଲ୍ସ ୨୦୨୫–୨୬ ପ୍ରତିଯୋଗିତାରେ ଓଡ଼ିଶା ଦେଶରେ ଶୀର୍ଷସ୍ଥାନ ଅଧିକାର କରି ୫୭ଟି ପଦକ ଜିତିଛି। ରାଜ୍ୟର ୯୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୧୫ଟି ସ୍ୱର୍ଣ୍ଣ, ୧୨ଟି ରୂପା ଓ ୧୪ଟି କାଂସ୍ୟ ପଦକ ମିଳିଥିବାବେଳେ ୧୬ ଜଣଙ୍କୁ ‘ମେଡାଲିଅନ୍ ଫର୍ ଏକ୍ସଲେନ୍ସ’ ଦିଆଯାଇଛି।
ଏହି ସଫଳତାକୁ କୌଶଳ ବିକାଶ ଓ ପ୍ରାୟୋଗିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଓଡ଼ିଶାର କୌଶଳ ଢାଞ୍ଚା ଓ ପ୍ରଶିକ୍ଷଣ ବ୍ୟବସ୍ଥା ଦେଶରେ ଶ୍ରେଷ୍ଠ।
ପ୍ରତିଯୋଗିତାର ଶ୍ରେଷ୍ଠ ଅଂଶଗ୍ରାହୀମାନେ ବିଶ୍ୱସ୍ତରୀୟ ‘ୱର୍ଲ୍ଡସ୍କିଲ୍ସ’ ପ୍ରତିଯୋଗିତାରେ ଭାରତଙ୍କ ପ୍ରତିନିଧିତ୍ୱ କରିବେ।



