ନୂଆଦିଲ୍ଲୀ:ଏଲପିଜି ସିଲିଣ୍ଡର ବ୍ୟବହାରକାରୀ ମାନଙ୍କ ପାଇଁ ବଡ ଖବର । ଶସ୍ତା ହେଲା ଏଲପିଜି ସିଲିଣ୍ଡର । ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ୧୯୮ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ଜନସାଧାରଣ ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୧୯୮ ଟଙ୍କା ଶସ୍ତା ହେବାର ଲାଭ ପାଇବେ । ଏନେଇ ତେଲ କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ତେବେ ଜୁନ୍ ୩୦ ପର୍ଯ୍ୟନ୍ତ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡର ୨୨୧୯ଟଙ୍କାରେ ମିଳୁଥିଲା । କିନ୍ତୁ ଜୁଲାଇ୧ ରୁ ଦର ହ୍ରାସ ପାଇ ୨୦୨୧ ଟଙ୍କା ହୋଇଯାଇଛି ।
ସେହିପରି ପଶ୍ଚିମବଙ୍ଗରେ ୨୩୨୨ଟଙ୍କାରେ ମିଳୁଥିବା କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ହୋଇ ୨୧୪୦ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ଏହାର ଦର ୨୧୭୧.୫୦ରୁ ହ୍ରାସ ହୋଇ ୧୯୮୧ଟଙ୍କା ହୋଇଛି । ଏବଂ ଚେନ୍ନାଇରେ ୨୩୭୩ଟଙ୍କା ରେ ମିଳୁଥିବା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇ ୨୧୮୬ଟଙ୍କାରେ ପହଞ୍ଚିଛି । ତେବେ ତେଲ କମ୍ପାନୀ ତରଫରୁ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।