
ସୁପ୍ରିମକୋର୍ଟ ଏନସିଆର ଅଞ୍ଚଳରେ ବାଣ ଉପରେ ଲାଗିଥିବା ନିଷେଧାଦେଶ ଉପରେ ତୁରନ୍ତ ଶୁଣାଣି ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥି ସହିତ ସୁପ୍ରିମକୋର୍ଟ ବାଣ ବିକ୍ରେତାଙ୍କୁ କହିଛନ୍ତି ଯେ,ବାଣ ନଫୁଟାଇ ମିଠା ପାଇଁ ଟଙ୍କା ଖର୍ଚ୍ଚ କରନ୍ତୁ । ଲୋକମାନଙ୍କୁ ନିର୍ମଳ ବାୟୁମଣ୍ଡଳରେ ନିଶ୍ୱାସ ନେବାକୁ ଦିଅନ୍ତୁ।
ଏହପୁର୍ବରୁ ଦିଲ୍ଲୀହାଇକୋର୍ଟ ମଧ୍ୟ ଏହି ମାମଲାରେ ବିଚାର କରିବାକୁ ମନା କରି ଦେଇଥିଲେ। ଦିଲ୍ଲୀ ହାଇକୋର୍ଟରୁ ଝଟକା ପାଇବା ପରେ ଆବେଦନକାରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଶୁଣାଣି ମନା କରିବାର ଅର୍ଥ ହେଉଛି ଯେ ଦିପାବଳୀ, ଛଟ୍ ସମେତ ଦିଲ୍ଲୀ-ଏନସିଆରରେ ଥିବା ସମସ୍ତ ପର୍ବରେ ବାଣ ଉପରେ ପ୍ରତିବନ୍ଧକ ଲାଗୁ ହେବ।
ତେବେ ଦିଲ୍ଲୀ ସରକାର ଏହି ମାମଲାରେ କହିଛନ୍ତି ଯେ, ଏନଜିଟିଙ୍କ ନିଷ୍ପତିକୁ ନଜରରେ ରଖି ବାଣ ବିକ୍ରୀ ଏବଂ ଗଚ୍ଛିତ ଉପରେ ସରକାର ଏହି ନିଷତି ନେଇଛନ୍ତି। ଦିଲ୍ଲୀ ସରକାର ପ୍ରତିବନ୍ଧକ ଲାଗୁ ସମୟରେ ଏହା ମଧ୍ୟ କହିଥିଲେ ଯେ, ସବୁଜ ବାଣ ଉପରେ ମଧ୍ୟ ଦିଲ୍ଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।