ଜଣେ ରାଜା ଥିଲେ । ଉଦାର ହୃଦୟ ସାଙ୍ଗରେ ସେ ଖୁବ ନ୍ୟାୟଶୀଳ । ତାଙ୍କ ରାଜ୍ୟରେ ଦୋଷୀ ନିଜେ ଦଣ୍ଡ ବାଛିବା ପାଇଁ ବିଶେଷ ସୁବିଧା ଥିଲା । ଥରେ କ’ଣ ହେଲାନା ଗୋଟିଏ ଚୋର ଚୋରି କରି ଥିବାରୁ ତାକୁ ଦଣ୍ଡ ଶୁଣାଗଲା । ଚୋର ତା ଇଛାରେ ଶହେ ପିଆଜ ଖାଇ ପାରିବ ନ ହେଲେ ଶହେ ଜୁତା ତଡାତଡ୍ ପାଇପାରିବ । ଚୋର ବି ଚୋରଙ୍କ ଗୁରୁ ବାହାରିଲା ।
ନ୍ୟାୟପ୍ରୀୟ ରାଜା ହସି ହସି କହିଲେ” ଯାହା ତୋର ଇଚ୍ଛା ।” ଚୋରର ଇଛା ଯାହା ତାହା ହେଲା ପରେ ବି ତା କଥା ରହି ପାରିଲା ନାହିଁ । ପିଆଜ ଖାଉ ଖାଉ ମୁହଁ ରେ ନିଆଁ ଲାଗିଲା ପରି ଅନୁଭବ ହେଲା । ଆଗକୁ ପିଆଜ ଖାଇବା ତ ଦୂର ତାକୁ ପିଆଜ ଦେଖିଲେ ଅ… ମାଡ଼ିଲା ,ଉଫ ଆସିଲା । ଦଣ୍ଡ କିନ୍ତୁ ଭୋଗିବାକୁ ପଡ଼ିବ । ଏହା ଭାବି ନିଜ ଇଚ୍ଛାରେ ଶହେ ଜୁତା ଖାଇବା ପାଇଁ ପ୍ରସ୍ତୁତ ହୋଇଗଲା । ଜୁତା ଖାଇବା ଏମିତି ତାର ଅଭ୍ୟାସ ଥିଲା । ମୁହଁ ତ ଆଉ ପୋଡିବନି । କିଛି ସମୟ ମୁଣ୍ଡ ଝନଝନ ହୋଇ ଠିକ ହେଇ ଯିବ । ଯେ ଜୁତାରେ ମାରୁଥିବା ଲୋକଟି ତା କାମ ସେ ଠିକ ରୂପେ ତୁଳଉ ଥିଲା । ଖାଲି ମୁଣ୍ଡରେ ଠାଏ ଠାଏ ଜୁତା ପଡ଼ିବାରୁ ତା ଆଖି ଆଗରେ ଅନ୍ଧାର ଦେଖାଗଲା । ମୁଣ୍ଡ ତ ଲାଗୁଥିଲା ଆଉ ନାହିଁ ଶୁନ ହୋଇ ଯାଇଛି । ଶହେ ଜୁତା ଖାଇବା ପରେ ମୁଣ୍ଡ ଆଉ ରହିବ ତ ? କୋଡ଼ିଏଟି ଜୁତା ପଡୁପଡୁ ମୁଣ୍ଡ ମାଲପୁଆ ପରି ଫୁଲିଲାଣି । ଏଥିରୁ ଭଲ ପିଆଜ ଖାଇବା । ଜୁତା ର ପ୍ରକୋପରେ ସେ ପିଆଜ ଖାଇବା ଭୁଲି ଗଲାଣି । ହାତ ଦେଖେଇ ରହିବା ପାଇଁ ବିନତି କଲା ଲୋକଟା କୁ । ଜୁତାରେ ମାରୁଥିବା ବ୍ୟକ୍ତି ରହିଗଲା । ସେ ରାଜାଙ୍କୁ ହାତଯୋଡି ପ୍ରାର୍ଥନା କଲା ବାକି ଥିବା ପିଆଜ ସେ ଖାଇ ପାରିବ ।
ସେ ନିଜ ମନ ମୁତାବକ ଦଣ୍ଡ ଦେଉଥିବା ରାଜା କାହାର ଇଚ୍ଛା ବିରୁଦ୍ଧରେ କିଛି ପାବନ୍ଧି ରଖିବା ଚାହୁଁ ନ ଥିଲା । ମୁଣ୍ଡର ଝନ୍ ଝନାହଟ୍ ଯାଇ ନ ଥିଲା ସେ ପୁଣି ପିଆଜ ଖାଇବା ଆରମ୍ଭ କଲା । କିନ୍ତୁ ମୁଣ୍ଡ ର ଦରଜ ଯାଉଯାଉ ମୁହଁ ରେ ଜାଣ ନିଆଁ ଜଳୁଛି । ଆଖିରବି ଅବସ୍ଥା ଖରାପ ।ହାତରେ ମଳିଲେ ସେ ଅଧିକ ପୋଡ଼ୁଛି । ଧୈର୍ଯ୍ୟ ର ସହିତ ସେ ପୁଣି କୋଡ଼ିଏ ପଚିଶ ପିଆଜ ସେ ଖାଇଲା । ସତେ ଯେମିତି ସେ ତା ମୁହ ଫାଟି ଯିବ । ମୁହଁ ନାକ ଆଉ ଆଖି ର ଜଳିବାରେ ଜୁତା ମାଡ଼ ସେ ଭୁଲି ଗଲା । ଏହା ବଦଳା ସେ ଜୁତା ଖାଇଯିବ କିଛି ବି ଦଣ୍ଡ ବାଛିବାର ତାର ପୂର୍ଣ୍ଣ ଅଧିକାର ଅଛି । ଗେଁ ଗେଁ ହୋଇ ସେ ଯାଚନା କଲା ବାକି ଥିବା ଜୁତା ସେ ଖାଇ ପାରିବ ।
ଦୟାବନ୍ତ ରାଜା ତା କଥା ମାନିଗଲା । ଜୁତାରେ ମାରୁଥିବା ଲୋକ ପୁଣି ହାତରେ ଜୁତା ନେଇ ଛିଡାହେଲା । ଲଇଁ ଥିବା ମୁଣ୍ଡ ରେ ପୁଣି ଜୁତା ପଡିବା ଆରମ୍ଭ ହେଲା । ଷାଠିଏ ଜୁତା ଖାଇବା ପର୍ଯ୍ୟନ୍ତ ଦାନ୍ତ ଚାବି ସେ ଛିଡ଼ା ହୋଇଥିଲା । ଆଉ ଗୋଟିଏ ପଡ଼ିଲେ, ଲାଗୁଥିଲା ମୁଣ୍ଡ ଟୁକୁଡ଼ା ଟୁକୁଡା ହୋଇଯିବ ।ସେ ହାତଯୋଡି ଯୋରରେ ପାଟି କଲା । ଆଉ ଜୁତା ଖାଇବା ବିଲକୁଲ ହିମ୍ମତ ନାହିଁ ।
ମୁଁ ବଞ୍ଚି ଥିବା ପିଆଜ ଖାଇବା ପାଇଁ ରେଡ଼ି ଅଛି ।
ଝନଝନ ହେଉ ଥିବା ମୁଣ୍ଡ ଆଉଁସି ପୁଣି ପିଆଜ ଖାଇବା ଆରମ୍ଭ କଲା । ମୁଣ୍ଡ ଦରଜ କେତେକାଂଶ ରେ କମ ପଡ଼ିଗଲା । ମୁହଁ ରେ ପୁଣି ନିଆଁ ଜଳିବା ଭଳି ଦରଜ ତେଜି ଉଠିଲା । ବାନ୍ତି ମାଡ଼ି ଯାଉଥିଲା । ଏବେ ତ ଗୋଟିଏ ପିଆଜ ଅଧିକା ଖାଇଲେ ଜୀବନ ପଳେଇବ । ପୁଣି ଜୁତା ଖାଇବାପାଇଁ ପ୍ରସ୍ତୁତ ହୋଇଗଲା । ଦରଜରେ ଫାଟୁଥିବା ମୁଣ୍ଡ ଟା ଫାଟିପଡିଲା ।କୋଡିଏ ଜୁତା ଖାଇବା ପରେ ପିଆଜ ଜଳିବା କମ ଲାଗିଲା । ଏବେ ତ ଯେମିତି ସେମିତିରେ କଡାକଡି ପିଆଜ ଖାଇଦେଲେ ପ୍ରାଣ ମୁକ୍ତି ପାଇବ ।
ତାର ପ୍ରାଣ ଯାଉ ଥାଏ ଆସୁଥାଏ , କଲବଲ ରେ ଜୀବନ ଥକିଯାଉଥାଏ । ଥରକୁ ଥର ନିଜ ଇଚ୍ଛା ଅନୁସାରେ ଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ହୋଇ ଜୁତା ସାଙ୍ଗରେ ଶହେ ପିଆଜ ବି ସେ ଖାଇଗଲା । ତେବେ ଲଗାତର ଗୋଟିଏ ଦଣ୍ଡ ଭୋଗିବା ପାଇଁ ତା ସାମର୍ଥ୍ୟ କ’ଣ ପାଇଁ ନ ଥିଲା ? ହାୟ ଏ ଦୟନୀୟ ଅବସ୍ଥାର ଆକଳନ କିଏ କରିପାରିବ ?