Breaking PLUSଓଡ଼ିଶାମୁଖ୍ୟ ଖବର
କାଲି ପ୍ରଦାନ କରାଯିବ ‘ସୁଭଦ୍ରା’ ଯୋଜନାର ବଞ୍ଚିତ ହିତାଧିକାରୀଙ୍କୁ ସହାୟତା ରାଶି

ଭୁବନେଶ୍ୱର- ‘ସୁଭଦ୍ରା’ ଅଧୀନରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ରହିଥିବା ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ, ପକ୍ଷରୁ ୪ ମେ, ୨୦୨୬ ଦିନ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବେ।



