Breaking PLUSଓଡ଼ିଶାମୁଖ୍ୟ ଖବର

ଆମ ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ୱର, 3 ମେ- ଆମ ବସ୍ ନେଲା ଜୀବନ । ଆମ ବସ୍ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ସତସଙ୍ଗ ବିହାର-ବାଣୀବିହାର ମଝିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ଏବଂ ସ୍ଥାନୀୟ ଲୋକେ ରାସ୍ତା ଉପରେ ବସକୁ ଅଟକାଇ ରଖିଛନ୍ତି । ରାସ୍ତା ଉପରେ ପ୍ରାୟ ଆଠଟି ବସ୍ ଅଟକି ରହିଛି । ତେବେ ମୃତ ବାଇକ ଆରୋହୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ସୂଚନା ଅନୁସାରେ, ବାଇକରେ ଯୁବକଜଣକ ଯାଉଥିବା ବେଳେ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା ଆମବସ୍ । ତେବେ ଧକ୍କାରେ ବାଇକ ଆରୋହୀ ତଳେ ପଡିଯିବା ପରେ ତାଙ୍କ ଉପରେ ଆମ ବସଟି ଚଢିଯାଇଥିଲା । ତେବେ ଦୁର୍ଘଟଣାପରେ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

Show More

Related Articles

Back to top button