Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଜି ଶପଥ ନେବେ ଶୁଭେନ୍ଦୁ, ବଙ୍ଗରେ ଆରମ୍ଭ ହେବ ପ୍ରଥମ ବିଜେପି ସରକାର

କୋଲକାତା: ପଶ୍ଚିମବଙ୍ଗରେ ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଜେପି ସରକାରର ଶାସନ। ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଶନିବାର ସକାଳ ୧୦ଟାରେ କୋଲକାତାର ବ୍ରିଗେଡ୍ ପେରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ରାଜ୍ୟପାଳ ସି.ଭି. ଆନନ୍ଦ ବୋସ୍ ନୂତନ ସରକାରକୁ ଶପଥ ପାଠ କରାଇବେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହ, ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତାମାନେ ଉପସ୍ଥିତ ରହିବେ।
ବିଜେପି ପକ୍ଷରୁ ଜାଣିଶୁଣି ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଅବସରରେ ଶପଥ ଗ୍ରହଣ ଦିନ ନିର୍ଦ୍ଧାରିତ କରାଯାଇଛି। ଦଳର କହିବା ଅନୁସାରେ, ବିଜେପି ବିରୋଧରେ ଉଠିଥିବା ‘ବଙ୍ଗ ବିରୋଧୀ’ ଅଭିଯୋଗର ଏହା ଉତ୍ତର।
ଶପଥ ଗ୍ରହଣ ପରେ ନୂତନ ସରକାର କୋଲକାତାର ଐତିହାସିକ ରାଇଟର୍ସ ବିଲ୍ଡିଂରୁ ପ୍ରଶାସନିକ କାର୍ଯ୍ୟ ଆରମ୍ଭ କରିବ। ତୃଣମୂଳ କଂଗ୍ରେସ ସରକାର ସମୟରେ ନବାନ୍ନକୁ ସଚିବାଳୟ କରାଯାଇଥିଲା। ବର୍ତ୍ତମାନ ବିଜେପି ସରକାର ପୁଣିଥରେ ରାଇଟର୍ସ ବିଲ୍ଡିଂକୁ ପ୍ରଶାସନର କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଛି।
ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ତାଙ୍କ ସରକାର ‘ସମୁହ ନେତୃତ୍ୱ’ ଆଧାରରେ ଚାଲିବ ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ଗୁରୁତ୍ୱ ଦିଆଯିବ।

Show More

Related Articles

Back to top button