Breaking PLUSଓଡ଼ିଶାମୁଖ୍ୟ ଖବର

ସାମ୍ନାକୁ ଆସିଲା ସୁଧୀର ପାତ୍ର ହତ୍ୟା ମାମଲାର ସିସିଟିଭି ଫୁଟେଜ

ସାମ୍ନାକୁ ଆସିଲା ନୂଆ ସିସିଟିଭି ଫୁଟେଜ୍

ଭୁବନେଶ୍ୱର, 27 ଏପ୍ରିଲ- ବହୁଚର୍ଚ୍ଚିତ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏବେ ସାମ୍ନାକୁ ଆସିଛି ଘଟଣା ଦିନର ସିସିଟିଭି ଫୁଟେଜ । ସୁଧୀର ରାସ୍ତାରେ ଯିବା ଓ ଫେରିବା ବେଳେ ଏକ ବୋଲେରୋ ଗାଡି ପିଛା କରିବାର ଫୁଟେଜ ସାମ୍ନାକୁ ଆସିଛି ।

ଏପଟେ ୫ ଅଭିଯୁକ୍ତଙ୍କୁ ଜେରା ଓ ଘଟଣାସ୍ଥଳରେ ସିନ ରିକ୍ରିଏସନ କରିବା ପରେ ପୋଲିସକୁ ମିଳିଛି ଅନେକ ତଥ୍ୟ । ଝିଆରୀ ନିବେଦିତା ଯାହା ଷଡ଼ଯନ୍ତ୍ର ରଚିଥିଲା, ଅଭିଯୁକ୍ତ ବୟଫ୍ରେଣ୍ଡ୍ ସେସବୁକୁ ଦେଖାଇଲା । କେମିତି ଆଖି ପିଛୁଳାକେ ସୁଧୀରଙ୍କୁ ବନ୍ଦୀ କରି ନେଇଥିଲେ କାଳୁ ସମେତ ଅନ୍ୟ ଅଭିଯୁକ୍ତ ।

ଗୋପାଳପୁର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ଆଜି ସରୁଛି ରିମାଣ୍ଡ ଅବଧି ।  ତିନି ପର୍ଯ୍ୟାୟରେ ସିନ ରିକ୍ରିଏସନ ଓ ଜେରାରେ ପୋଲିସକୁ ହାତରେ ଅନେକ ତଥ୍ୟ ଲାଗିଛି । ଗତକାଲି ୩ଟି ପର୍ଯ୍ୟାୟରେ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଥିଲା । କେଉଁଠି ଆଉ କେମିତି କରିଥିଲେ ହତ୍ୟା କରିଥିଲେ ସେନେଇ ଡେମୋ ଦେଖାଇଥିଲେ ଅଭିଯୁକ୍ତ ।

ଆଜି ଅଭିଯୁକ୍ତମାନଙ୍କୁ ପୁଣି ଥରେ ଜେରା କରି ସନ୍ଧ୍ୟା ସୁଦ୍ଧା ଜେଲ୍ ହାଜତକୁ ପଠାଇ ଦିଆଯିବ । ଅନ୍ୟପକ୍ଷରେ ଖୁବଶୀଘ୍ର ଅନ୍ୟତମ ଅଭିଯୁକ୍ତ ତୁଷାର, ନିବେଦିତା ଓ ଶୁଭମଙ୍କ ସମେତ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

Show More

Related Articles

Back to top button