Breaking PLUSଓଡ଼ିଶାମୁଖ୍ୟ ଖବର

ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ

ଫ୍ଲୋରିଡା : ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ଓ୍ବିଲିୟମ୍ସ। ଦୀର୍ଘ ନଅମାସ ଧରି ମହାକାଶରେ ଅବସ୍ଥାନ କରିବା ପରେ ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍‌ସ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁନିତା ମଙ୍ଗଳବାର ଭାରତୀୟ ସମୟ ରାତି ୩ଟା ୩୭ ମିନିଟ ସୁଦ୍ଧା ଫ୍ଲୋରିଡା ଉପକୂଳସ୍ଥ ସମୁଦ୍ରରେ ଅବତରଣ କରିଛନ୍ତି । ଏକ ସପ୍ତାହ ପାଇଁ ମହାକାଶକୁ ଯାଇଥିବା ସୁନିତା ଅନିବାର୍ଯ୍ୟ କାରଣରୁ ୨୮୬ ଦିନ ଅଟକି ଯାଇଥିଲେ। ଅନ୍ତରୀକ୍ଷରେ ସର୍ବାଧିକ ସମୟ ଅତିବାହିତ କରିବାରେ ସୁନିତା ହେଉଛନ୍ତିି ପ୍ରଥମ ଭାରତୀୟ ବଂଶୋଦ୍ଭବ ତଥା ବିଶ୍ବର ତୃତୀୟ ମହିଳା। ସୁନିତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଗୁଜରାଟର ମେହସାଣା ଜିଲାସ୍ଥିତ ପୈତୃକ ଝୁଲାସାନ୍‌ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି।

Show More

Related Articles

Back to top button