Breaking PLUSଓଡ଼ିଶାମୁଖ୍ୟ ଖବର
ଆଜିଠୁ ମାଟ୍ରିକ ଖାତାଦେଖା

କଟକ : ଆଜିଠୁ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ। ଏଥିଲାଗି ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୧୦ ଟାରୁ ଖାତା ଦେଖା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ମୂଲ୍ୟାୟନରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନେ ଖାତା ଦେଖିବା ସମୟରେ ଉକ୍ତ କେନ୍ଦ୍ରର କ୍ୟାମ୍ପସ ବାହାରକୁ ଯାଇପାରିବେ ନାହିଁ। ଏଥିସହ ମୋବାଇଲ ପ୍ରବେଶ ଉପରେ କଟକଣା ଲଗାଯାଇଛି। କୌଣସି କେନ୍ଦ୍ରରେ ନିୟମ ଉଲ୍ଲଘଂନ ହେଉଥିବା ନଜର ଆସିଲେ କଡା କାର୍ଯ୍ୟାନୁଷ୍ଠାନ କରାଯିବ।



