Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ତୀବ୍ର ହେଉଛି ଘୂର୍ଣ୍ଣିବଳୟ ତେଜ୍, ୟେମେନ ଏବଂ ଓମାନ ଉପକୂଳରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ନୂଆଦିଲ୍ଲୀ- ଦକ୍ଷିଣ ପଶ୍ଚିମ ଆରବ ସାଗରରେ ଘୂର୍ଣ୍ଣିବଳୟ ‘ତେଜ’ ତୀବ୍ର ହୋଇଛି ଏବଂ ବର୍ତ୍ତମାନ ୟେମେନର ସୋକୋଟ୍ରା ଉପରେ କେନ୍ଦ୍ରିତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।

ଆଇଏମଡି ପୂର୍ବରୁ ଟୁଇଟରରେ ଏକ ପୋଷ୍ଟରେ କହିଥିଲା, ଦକ୍ଷିଣ ପଶ୍ଚିମ ଆରବ ସାଗରରେ ଭୟଙ୍କର ସାଇକ୍ଲୋନିକ ଝଡ ‘ତେଜ’ ତୀବ୍ର ହୋଇଛି! ରବିବାର ସକାଳ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଏବଂ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

୨୨ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ, ତା’ପରେ ଉତ୍ତର-ପଶ୍ଚିମ ଦିଗକୁ ଏହା ଗତି କରି ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଏଭଳି ଜାରି ରଖିବ। ଶେଷରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି । ୟେମେନ ଏବଂ ଓମାନ ଉପକୂଳ ମଧ୍ୟରେ ତେଜ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଅକ୍ଟୋବର ୨୫ ତାରିଖ ସକାଳେ ୟେମେନର ଅଲ ଘାଇଦା ଏବଂ ଓମାନର ସାଲାଲା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି।

Show More

Related Articles

Back to top button