Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର
ଆଜି ଆକାଶରେ ଦେଖାଯିବ ସୁପର ବ୍ଲୁ ମୁନ୍

() ଅଗଷ୍ଟ ୩୦ ଅର୍ଥାତ୍ ଆଜି ରାତିରେ ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ପାଇବେ। ଆଜି ଫୁଲ୍ ମୁନ୍, ସୁପର ମୁନ୍ ଓ ବ୍ଲୁ ମୁନ୍ ଏକା ସାଙ୍ଗରେ ଦୃଶ୍ୟମାନ ହେବ। ଯାହାକୁ ସୁପର ବ୍ଲୁ ମୁନ୍ କୁହାଯାଉଛି। ଆଜି ରାତିରେ ଜହ୍ନ ଅନ୍ୟ ଦିନ ଅପେକ୍ଷା ଅଧିକ ବଡ଼ ଦେଖାଯିବା ସହ ଆହୁରି ଉଜ୍ଜୱଳ ଦିଶିବ।
ଏଭଳି ନିଆରା ଦୃଶ୍ୟ ଆସନ୍ତା କିଛି ବର୍ଷରେ ଦେଖିବାକୁ ପାଇବେ ନାହିଁ । ତେବେ ବ୍ଲୁ ମୁନ୍ ହେଉଛି କେବଳ ଏକ ଶବ୍ଦ। ଏଥିରେ ଜହ୍ନର ରଙ୍ଗ ନୀଳ ଦେଖାଯିବ ନାହିଁ। ଆକାଶୀୟ ପିଣ୍ଡ ସାମାନ୍ୟଠୁ ଅଧିକ ପୃଥିବୀର ନିକଟତର ହେବ। ସାଧାରଣତଃ ପୂର୍ଣ୍ଣିମା ମାସକୁ ଥରେ ପଡ଼ିଥାଏ। ହେଲେ ଯେତେବେଳେ ବ୍ଲୁ ମୁନ୍ ହୁଏ ସେତେବେଳେ ଏହା ଦ୍ୱିତୀୟ ଥର ପଡ଼ିଥାଏ।
ଯେତେବେଳେ ଚନ୍ଦ୍ରର କକ୍ଷପଥ ପୃଥିବୀର ଅତି ନିକଟତର ହୋଇଥାଏ ସେତେବେଳେ ଏହା ଦେଖାଯାଏ । ସେହି ସମୟରେ ଚନ୍ଦ୍ରର ଆକାର ବଡ଼ ଦିଶିଥାଏ।
୨୦୩୨ ମସିହା ଯାଏ ଏଭଳି ଚନ୍ଦ୍ର ଦୃଶ୍ମାୟନ ହେବାର ସମ୍ଭାବନା ମଧ୍ୟ ନାହିଁ।