
ବିସ୍କ ଫାର୍ମ ଗୁଗଲି ବିସ୍କୁଟ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ମନୋନୀତ ହେଲେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ । ଭାରତର ଅନ୍ୟତମ ବିସ୍କୁଟ ଏବଂ ବେକେରୀ ବ୍ରାଣ୍ଡ ମଧ୍ୟରୁ ସାଜ୍ ଫୁଡ୍ ବିସ୍କ ଫାର୍ମ ସ୍ୱତନ୍ତ୍ର । ମିଠା ଏବଂ ଲୁଣିଆ ସ୍ୱାଦର ସଠିକ୍ ମିଶ୍ରଣ ଥିବାରୁ ଗୁଗଲି ବିସ୍କୁଟ୍ର ସ୍ୱାଦ ବହୁଗୁଣିତ ।
ଅନେକଙ୍କର ଏହା ପ୍ରଥମ ପସନ୍ଦ । ସାଜ ଫୁଡ୍, ହ୍ରିତିକ୍ ରୋଶନଙ୍କ ସହ ଏକ ନୂତନ ଅଭିଯାନ ମାଧ୍ୟମରେ ବ୍ରାଣ୍ଡକୁ ଜାତୀୟ ସ୍ତରରେ ପହଞ୍ଚାଇବା ଏବଂ ଗ୍ରାହକଙ୍କୁ ଏହାର ଅନନ୍ୟ ସ୍ୱାଦ ଜଣାଇବାକୁ ଚେଷ୍ଟା କରୁଛି । ବିସ୍କ ଫାର୍ମ ଗୁଗଲି, ଯାହାର ବ୍ରାଣ୍ଡ ସ୍ଲୋଗାନ୍ ହେଉଛି ଟେଷ୍ଟ୍ ଟୁ ଟ୍ୱିଷ୍ଟ୍ ହ୍ରିତିକଙ୍କୁ ଆଇକୋନିକ୍ ଡ୍ୟାନ୍ସ ମୁଭ୍ ସହିତ ଏହାର ପ୍ରଥମ ଟିଭିସି ସୃଷ୍ଟି କରିଛି ।
ନୂତନ ଟିଭିସି ମାଧ୍ୟମରେ ଏହି ବ୍ରାଣ୍ଡ ପ୍ରତିଶ୍ରୁତି ପ୍ରଦାନ କରିବାକୁ ଗଡ୍ ଅଫ୍ ଡ୍ୟାନ୍ସ ହ୍ରିତିକ ରୋଶନଙ୍କ ସହ ଜଡିତ ହୋଇ ଆମେ ଅତ୍ୟଧିକ ଉତ୍ସାହିତ ଏବଂ ଏହି ନୂତନ ଅଭିଯାନକୁ ଦେଶର ଗ୍ରାହକମାନେ ଭଲ ଭାବରେ ଗ୍ରହଣ କରିବେ ବୋଲି ଆମେ ନିଶ୍ଚିତ ବୋଲି କମ୍ପାନୀର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଶ୍ରୀ ଅର୍ପଣ ପାଲ କହିଛନ୍ତି ।