ଟି-ଟ୍ୱେଣ୍ଟି କ୍ରିକେଟ ମ୍ୟାଚରେ ଭାରତର ମଧ୍ୟକ୍ରମ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଫଳସ୍ୱରୂପ ଆଇସିସି ଟି-ଟ୍ୱେଣ୍ଟି ବ୍ୟାଟିଂ ମାନ୍ୟତାରେ ସୂର୍ଯ୍ୟକୁମାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛନ୍ତି। ସଦ୍ୟ ପ୍ରକାଶିତ ବ୍ୟାଟିଂ ମାନ୍ୟତାରେ ସେ ପାକିସ୍ତାନର ବାବର ଆଜମଙ୍କୁ ପଛରେ ପକାଇ ତୃତୀୟକୁ ଉନ୍ନତି ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲାରେ ସୂର୍ଯ୍ୟକୁମାର ୪୬ ରନର ଦର୍ଶନୀୟ ପାଳି ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ଟିମ୍ ଇଣ୍ଡିଆ ହାରି ଯାଇଛି ସତ, ହେଲେ ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବଙ୍କୁ ବଡ଼ ଫାଇଦା ମିଳିଛି। ସେ ଏହି ମ୍ୟାଚ୍ରେ ମାତ୍ର ୨୫ ବଲର ସମ୍ମୁଖୀନ ହୋଇ ୪୬ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ଯୋଗୁଁ ତାଙ୍କୁ ଆଇସିସି ଟି-୨୦ ବ୍ୟାଟର ରାଙ୍ଗିରେ ବଡ଼ ଲାଭ ମିଳିଛି।ସେ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି ୩ ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏଥିସହ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ୪ର୍ଥ ସ୍ଥାନକୁ ଠେଲି ନେଇଛନ୍ତି। ସୂର୍ଯ୍ୟ କୁମାର ଯାଦବ ୭୮୦ ପଏଣ୍ଟ ସହ ୩ୟ ସ୍ଥାନରେ ଥିବା ବେଳେ ବାବରଙ୍କ ପଏଣ୍ଟ ସଂଖ୍ୟା ୭୭୧ ରହିଛି। ପୂର୍ବଭଳି ପାକିସ୍ତାନର ଉପ ଅଧିନାୟକ ମହମ୍ମଦ ରିଜୱାନ ୮୨୫ ପଏଣ୍ଟ ସହ ପ୍ରଥମ ଓ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କମ ୭୯୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
Related Articles
Check Also
Close