Breaking PLUSଦେଶମୁଖ୍ୟ ଖବର

ଦେଶରେ ଆତଙ୍କବାଦ, ଉଗ୍ରବାଦ ଓ ନକ୍ସଲବାଦ 65% ହ୍ରାସ ପାଇଛି- ଅମିତ ଶାହ

ନୂଆଦିଲ୍ଲୀ- ଦେଶରେ ଆତଙ୍କବାଦୀ ଆକ୍ରମଣ, ଉଗ୍ରବାଦ ଓ ନକ୍ସଲୀ ହିଂସା 65 ପ୍ରତିଶତ ହ୍ରାସ ହୋଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି । ହିଂସା ବିସ୍ତାର କରୁଥିବା ଏଭଳି ଦେଶଦ୍ରୋହୀଙ୍କ ଉପରେ କଡା ପଦକ୍ଷେପ ନିଆଯାଇଛି । ଏଥିରେ ଦେଶର ପୋଲିସ ଭୂମିକା ନିଭାଇଛି । ଦିଲ୍ଲୀରେ ଶନିବାର ଜାତୀୟ ପୋଲିସ ସ୍ମାରକରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ସ୍ମୃତି ଦିବସ ଅବସରରେ ଏହା କହିଛନ୍ତି ଅମିତ ଶାହ ।

ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଏବଂ ସୀମାରେ ସ୍ୱାଧୀନତା ପରଠାରୁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସୈନିକମାନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ସେ କୃତଜ୍ଞ ରାଷ୍ଟ୍ର ତରଫରୁ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସମସ୍ତ ଶହୀଦଙ୍କ ପରିବାରକୁ ଶାହ କହିଛନ୍ତି ଯେ ଆଜି ଦେଶ ବିଶ୍ୱରେ ଆଗକୁ ବଢୁଛି।

ଏହାର ମୂଳଦୁଆ ଆପଣଙ୍କ ପରିବାର ସଦସ୍ୟଙ୍କ ସର୍ବୋଚ୍ଚ ବଳିଦାନରେ ଅଛି । ଦେଶ ଏହାକୁ କେବେ ବି ଭୁଲିପାରିବ ନାହିଁ । ଶାହ କହିଛନ୍ତି ଯେ ଏହା ଦେଶର ସୀମାର ସୁରକ୍ଷା ହେଉ କିମ୍ବା ଆଭ୍ୟନ୍ତରୀଣ ସୁରକ୍ଷା, ସଚେତନ ପୋଲିସ ବ୍ୟବସ୍ଥା ବିନା ଏହା ସମ୍ଭବ ନୁହେଁ।

Show More

Related Articles

Back to top button