ବାହାଘର ପୂର୍ବରୁ ଦୁର୍ଘଟଣାରେ କଟିଗଲା ବରର ଗୋଡ, ତଥାପି ବାହା ହେଲେ କନ୍ୟା

ବାଲେଶ୍ୱର : ବାହାଘର ପୂର୍ବରୁ ଦୁର୍ଘଟଣାରେ କଟିଗଲା ପୁଅର ଦୁଇ ଗୋଡ଼ । ଏମିତି ପରିସ୍ଥିତିରେ ଆଉ କୋଉ ଝିଅ ହୋଇଥିଲେ ହୁଏତ ଦୁର୍ଘଟଣା ପରେ ତାଙ୍କୁ ବାହା ହେବାକୁ ମନା କରିଦେଇଥାନ୍ତା। କିନ୍ତୁ କନ୍ୟାର ଯାହାଙ୍କ ସହିତ ତାଙ୍କର ବାହାଘର ଠିକ୍ ହୋଇଥିଲା, ସେ ବାହା ହେବାକୁ ମନା କରିଦେଇଥିଲେ । କିନ୍ତୁ କନ୍ୟା ଯୋଗୁଁ ସେମାନଙ୍କର ବାହାଘର ହୋଇଥିଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସହରରେ । ସହରର ଗୋପାଳଗାଁର ନିକି ପଣ୍ଡାଙ୍କ ବାହାଘର ୨୦୧୯ ମସିହାରେ ଢେଙ୍କାନାଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଡାକ୍ତର ଦେବବ୍ରତ ଷଡ଼ଙ୍ଗୀଙ୍କ ସହିତ ଠିକ୍ ହୋଇଥିଲା । ବାହାଘର ପୂର୍ବରୁ ଏକ ଦୁର୍ଘଟଣାରେ ଡାକ୍ତର ଷଡ଼ଙ୍ଗୀଙ୍କର ଦୁଇ ଗୋଡ଼ କଟି ଗଲା । ଏଣୁ ନିକିଙ୍କ ପରିବାର ଲୋକେ ବାହାଘର ଭାଙ୍ଗି ଦେବାକୁ ବସିଥିଲେ । ହେଲେ ପରେ କରୋନା ଆସି ଦୁଇବର୍ଷ ବିତିଗଲା। କିନ୍ତୁ ନିକି ଓ ଦେବବ୍ରତଙ୍କ ସମ୍ପର୍କ ସେମିତି ଅତୁଟ ଥିଲା। ନିକି ଡାକ୍ତର ଷଡ଼ଙ୍ଗୀଙ୍କୁ ବାହା ହେବାକୁ ଜିଦ୍ ଧରି ବସିଲେ । ପରିବାର ଲୋକଙ୍କ ପ୍ରବଳ ଚାପ ସତ୍ତ୍ୱେ ବି ନିକି ନିଜ ନିଷ୍ପତ୍ତିରୁ ହଟିନଥିଲେ । ତାଙ୍କର ଏ ନିଷ୍ପତ୍ତି ପଛରେ ମାନବିକତା ମୁଖ୍ୟ ଭୂମିକା ର୍ନିବାହ କରିଥିଲା ବୋଲି ଆଲୋଚନା ହେଉଛି । ନିକିଙ୍କ ଜିଦ୍ ଆଗରେ ତାଙ୍କ ବାପାମା’ ହାର ମାନିଥିଲେ ଓ ଡାକ୍ତର ଷଡ଼ଙ୍ଗୀଙ୍କ ସହିତ ଧୁମ୍ଧାମ୍ରେ ତାଙ୍କ ବାହାଘର ବୁଧବାର ଗୋପାଳଗାଁସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ସଂପନ୍ନ ହୋଇଛି ।