ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ କରିଛନ୍ତି । ଏଥିଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ସୂଚନା ଅନୁଯାୟୀ , ଆସନ୍ତା ଅକ୍ଟୋବର ୧୧ ତାରିଖରୁ ହେବାକୁ ଯାଉଛି ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ । ଅଣ୍ଡର-୧୭ ମହିଳା ଫୁଟବଲ୍ ବିଶ୍ବକପ୍ ର ମ୍ୟାଚ ଭୁବନେଶ୍ବର, କୋଲକାତା ଏବଂ ଅହମ୍ମଦାବଦରେ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧ରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହାପରେ ୧୪ ଏବଂ ୧୭ରେ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଫିଫା ବିଶ୍ବକପ୍ ମ୍ୟାଚ୍ ଅନୁଷ୍ଠିତ ହେବ । ମ୍ୟାଚକୁ ଷ୍ଟାଡିୟମରେ ବସି ଦେଖିପାରିବେ ଦର୍ଶକ । ଚଳିତ ମାସ ଶେଷ ଆଡ଼କୁ ଟିକେଟ ବିକ୍ରି ଆରମ୍ଭ ହେବ । ଏହାପୂର୍ବରୁ ଶନିବାର କଳିଙ୍ଗ ଷ୍ଟାଡିୟମରେ ଜୁନିୟର ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ , ଅକ୍ଟୋବର ୧୧, ୧୪ ଓ ୧୭ ତାରିଖରେ ଘରୋଇ ଭାରତୀୟ ଦଳ କଳିଙ୍ଗରେ ୩ଟି ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ପାଇଁ ଅନ୍ଲାଇନରେ ଟିକେଟ୍ ବିକ୍ରି ହେବ । ଇଣ୍ଡିଆ୨୦୨୨ ଡବ୍ଲ୍ୟୁଡବ୍ଲ୍ୟୁସି. କମ୍ରେ ବିଶ୍ୱକପ୍ ଟିକେଟ୍ ଉପଲବ୍ଧ ରହିଛି । ଅକ୍ଟୋବର ୧୧ ତାରିଖ ପାଇଁ ଟିକେଟ୍ ମୂଲ୍ୟ ୨୪୦ ଟଙ୍କା ଏବଂ ପରବର୍ତ୍ତୀ ୨ଟି ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ୯୦ ଟଙ୍କା ରହିଛି ।