Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର
ପୋଲିସକୁ ସୁରକ୍ଷା ମାଗିଲେ ତାମିଲନାଡୁ ମନ୍ତ୍ରୀଙ୍କ ଝିଅ
୬ ବର୍ଷ ଧରି ବ୍ୟବସାୟୀ ସତିଶଙ୍କ ସହ ମନ୍ତ୍ରୀଙ୍କ ଝିଅର ପ୍ରେମ ସମ୍ପର୍କ ଥିଲା ।

୬ ବର୍ଷ ଧରି ବ୍ୟବସାୟୀ ସତିଶଙ୍କ ସହ ମନ୍ତ୍ରୀଙ୍କ ଝିଅର ପ୍ରେମ ସମ୍ପର୍କ ଥିଲା । ଘରୁ ଫେରାର ହୋଇ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିବା ତାମିଲନାଡୁ ମନ୍ତ୍ରୀଙ୍କ ଝିଅ ବେଙ୍ଗାଲୁରୁରେ ପୋଲିସ ଠାରୁ ସୁରକ୍ଷା ଦାବି କରିଛନ୍ତି। ପେଶାରେ ଡାକ୍ତର ଥିବା ଜୟକଲ୍ୟାଣି ହେଉଛନ୍ତି ହିନ୍ଦୁ ଧାର୍ମିକ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟ ମନ୍ତ୍ରୀ ପି କେ ସେକର ବାବୁଙ୍କ ଝିଅ। ସେ ବେଙ୍ଗାଲୁରୁ ସହର ପୋଲିସ କମିଶନର କମଲ ପନ୍ତଙ୍କୁ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି। ଗଣମାଧ୍ୟମକୁ ଜୟକଲ୍ୟାଣି କହିଛନ୍ତି, ସେ ନିକଟରେ ସତିଶ କୁମାରଙ୍କୁ ବିବାହ କରିଛନ୍ତି। ୬ ବର୍ଷ ଧରି ସତିଶଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ନିଜ ଓ ସ୍ବାମୀଙ୍କ ଜୀବନ ପ୍ରତି ବିବଦ ଥିବାରୁ ସେ ପୋଲିସ ସୁରକ୍ଷା ମାଗିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ଝିଅ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିବା ସୂଚନା ମିଳିଛି।