ଓଡ଼ିଶାଜୀବନଚର୍ଯ୍ୟାସ୍ୱତନ୍ତ୍ର
ଲାଲ୍ ଗଡ଼ରେ ଗଡିଲା ସରକାରୀ ବସ୍,ଖୁସିରେ ନାଚିଲେ ଅଞ୍ଚଳବାସୀ
ଲାଲ୍ ଗଡ଼ରେ ଗଡିଲା ସରକାରୀ ବସ୍ । ସ୍ୱାଧୀନତାର ୪୭ ବର୍ଷ ପରେ ମାଲକାନଗିରି ଜିଲ୍ଲା ଲାଲ୍ ଗଡ଼ରେ ପ୍ରଥମ ଥର ପାଇଁ ଗଡିଲା ସରକାରୀ ବସ୍ । ଆଦିବାସୀଙ୍କ ଦୁଃଖ ବୁଝିଲେ ସରକାର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ଜୋଡ଼ାଆମ୍ବ ଠାରୁ ଯାତ୍ରୀବାହି ବସ୍ ସେବା ଆରମ୍ଭ ହୋଇଛି । ତେବେ ଆଜି ଏହି ବସ୍ ଉଦଘାଟନ କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ଓ ମାଲକାନଗିରି ଉପଜିଲ୍ଲାପାଳ ।
ଏଣିକି ସ୍ଵାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କୁ ଆଉ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ । ସରକାରୀ ବସ୍ରେ ବସି ସିଧା ଚିତ୍ରକୋଣ୍ଡା ବ୍ଳକ୍ କାର୍ଯ୍ୟାଳୟ ସହ ମାଲକାନଗିରି ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଆସି ପାରିବେ ଲୋକେ। ଏଥିପାଇଁ ଆନନ୍ଦରେ ଚିତ୍ରକୋଣ୍ଡା ବିଧାୟକ ଓ ମାଲକାନଗିରି ଉପଜିଲ୍ଲାପାଳଙ୍କ ସହ ମିଶି ନାଚିଛନ୍ତି ସ୍ଵାଭିମାନ ଅଞ୍ଚଳବାସୀ।