Breaking PLUSଓଡ଼ିଶାମୁଖ୍ୟ ଖବର
ଫୁଲବାଣୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର, 24 ଜାନୁଆରୀ – ରାଜ୍ୟପାଳ ରଘୁବର ଦାସ ଆଜି କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଫୁଲବାଣୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଓ ପୂଜନ କରିଛନ୍ତି । ଏନେଇ ରାଜ୍ୟପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଜଗତର ସ୍ୱାମୀଙ୍କ ନିକଟରେ ସମସ୍ତ ଦେଶବାସୀଙ୍କ ସୁଖ, ସମୃଦ୍ଧି ଓ ଆରୋଗ୍ୟତା କାମନା କରିଛନ୍ତି ରାଜ୍ୟପାଳ ।