Breaking PLUSଓଡ଼ିଶାମୁଖ୍ୟ ଖବର

ବୌଦ୍ଧ ଇଚ୍ଛାପୁରରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର, 24 ଜାନୁଆରୀ – ରାଜ୍ୟପାଳ ରଘୁବର ଦାସ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ଇଚ୍ଛାପୁରରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଅଙ୍ଗନବାଡି କେନ୍ଦ୍ରର କୁନି କୁନି ପିଲାଙ୍କ ସହ ଅଙ୍ଗନବାଡି କାର୍ଯ୍ୟକର୍ତ୍ତାଙ୍କୁ ଭେଟିଛନ୍ତି । ଏନେଇ ରାଜ୍ୟପାଳ ଏକ୍ସରେ ସୂଚନା ଦେଇଛନ୍ତି । ରାଜ୍ୟପାଳ କହିଛନ୍ତି ଯେ, ଛୁଆମାନେ ସୁସ୍ଥ ରହିଲେ ସୁସ୍ଥ ଓଡ଼ିଶାର ନିର୍ମାଣ ହେବ । ଛୋଟ ପିଲାଙ୍କ ଠାରେ କୁପୋଷଣ ସବୁଠୁ ଗମ୍ଭୀର ପ୍ରସଙ୍ଗ ଅଟେ । ଓଡିଶାର 32 ପ୍ରତିଶତ ପିଲା କୁପୋଷଣର ଶିକାର । ଆମକୁ ମିଳିତ ଭାବେ ନିଜ ରାଜ୍ୟକୁ କୁପୋଷଣରୁ ମୁକ୍ତ କରିବାକୁ ପଡିବ । କୁପୋଷଣ ଦୂର କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି । ଆଜି ବୌଦ୍ଧ ଜିଲ୍ଲାର ଇଚ୍ଛାପୁରର ଅଙ୍ଗନବାଡି କେନ୍ଦ୍ର ଗସ୍ତ ସମୟରେ ପିଲା ଓ ଅଙ୍ଗନବାଡି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛି ।

Show More

Related Articles

Back to top button