Breaking PLUSଅପରାଧଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ର

ନର୍ସିଂ କଲେଜରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି

ପାରଳାଖେମୁଣ୍ଡି : କ୍ଲାସରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ପାରଳାଖେମୁଣ୍ଡି ରାଣୀପେଣ୍ଠା ସ୍ଥିିତ ଘରୋଇ ନର୍ସିଂ କଲେଜରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ନର୍ସିଂ ପ୍ରଥମ ବର୍ଷର ଛାତ୍ରୀ ଥିବା ସୂଚନାମିଳିଛି। ତାଙ୍କ ଘର ଗଞ୍ଜାମ ଗୋପାଳପୁରରେ ହୋଇଥିବା ବେଳେ ସେ ହଷ୍ଟେଲରେ ରହି ନର୍ସିଂ ପଢୁଥିଲେ। ତେବେ ଆଜି କ୍ଲାସରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଛାତ୍ରୀ ଜଣକ ଆତ୍ମହତ୍ୟା କରିଛି ନା କିଏ ତାଙ୍କୁ ହତ୍ୟା କରି ଟାଙ୍କି ଦେଇଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Show More

Related Articles

Back to top button