Breaking PLUSଆଇନ କାନୁନମୁଖ୍ୟ ଖବରସ୍ୱାସ୍ଥ୍ୟ

କାଲି ଯିଏ ମାଫିଆଙ୍କ ଗୁମର ଖୋଲୁଥିଲେ, ଆଜି ସିଏ ମାନସିକ ରୋଗୀ

ଭୁବନେଶ୍ୱର : ବର୍ତ୍ତମ‌ାନ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ପୁରୀର ଅବକାରୀ ଇନସପେକ୍ଟର ସଞ୍ଜୟ ପଣ୍ଡା। ସେ ଗତକାଲି ପୁରୀ ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ବଟି ସଂଗ୍ରହ କରୁଥିବା ନେଇ ଅବକାରୀ କମିସନରଙ୍କକୁ ଲେଖି ଜଣାଇଥିବା ଆଜି ସଂଞ୍ଜୟ ପଣ୍ଡା ଛୁଟି ଆବେଦନ କରିଛନ୍ତି। ମାନସିକ ଓ ଶାରୀରିକ ଅସୁସ୍ଥତା ଦର୍ଶାଇ ୧୫ ଦିନ ପାଇଁ ଛୁଟି ଆବେଦନ କରିଛନ୍ତି ସେ । ଏଥିସହ ସୋସିଆଲ୍ ମିଡିଆରେ ନିଜର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ସେ ଜଣେ ମାନସିକ ରୋଗୀ । ୨୦୨୦ରେ ତାଙ୍କୁ କରୋନା ହୋଇଥିଲା। ସେବେଠାରୁ ସେ ମାନସିକ ଓ ଶାରୀରିକ ଅସୁସ୍ଥ ଅଛନ୍ତି। ଏଥିପାଇଁ ସେ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି। ହେଲେ କିଛି ଦିନ ହେବ ସେ ଔଷଧ ଖାଉନାହାନ୍ତି। ମାନସିକ ଅସୁସ୍ଥତା କାରଣରୁ ସେ ଏପରି କହିଥିବା କହିଛନ୍ତି । ଯାହା କହିଛନ୍ତି, ଭୁଲ କହିଛନ୍ତି । ଭୁଲ ସ୍ୱୀକାର କରିବା ସହ ତାଙ୍କୁ କ୍ଷମା କରିଦେବାକୁ ଅନୁରୋଧ କରିଛନ୍ତି। ସଞ୍ଜୟ ମାନସିକ ରୋଗରେ ଆକ୍ରାନ୍ତ ବୋଲି ପ୍ରମାଣ ଦେବା ପାଇଁ ତାଙ୍କ ପତ୍ନି ମଧ୍ୟ ଏକ ଭିଡିଓ ଜାରି କରି ସ୍ପଷ୍ଟିକରଣ ରଖିଛନ୍ତି । ଅଧିକାରୀ ଜଣଙ୍କ କେବଳ ଦୋଷ ସ୍ୱୀକାର କରି ନାହାଁନ୍ତି, ତାଙ୍କର ଚିକିତ୍ସା ପାଇଁ ଛୁଟିରେ ଯାଇଛନ୍ତି । ଛୁଟିପାଇଁ ସଞ୍ଜୟ ପଣ୍ଡା କରିଥିବା ଆବେଦନକୁ ମଞ୍ଜୁରି କରିଛନ୍ତି ପୁରୀ ଏକ୍ସସାଇଜ୍ ସୁପରିଟେଂଡେଣ୍ଡ ଅଫିସର । ସେ ମାନସିକ ରୋଗରେ ପୀଡିତ ଥିବାରୁ ତାଙ୍କୁ ହେଡକ୍ୱାର୍ଟର ଛାଡି ଚିକିତ୍ସା ପାଇଁ ଛୁଟି ଦେବାକୁ ଅନୁରୋଧ କରିଥିଲେ । ପୋଲିସ ବିଭାଗରେ ଚାଲିଥିବା କେଳେଙ୍କାରୀ ସଂପର୍କରେ ଅଭିଯୋଗ ଆଣି ଅବକାରୀ କମିଶନରଙ୍କୁ ଚିଠି ଲେଖିବା, କ୍ୟାମେରା ସାମ୍ନାରେ ବସି ପୋଲିସ ଓ ମାଫିଆଙ୍କ ଗୁମର ଖୋଲିବା ପରେ ହଠାତ୍ ଛୁଟିରେ ଯିବା, ଓ ନିଜର ବୟାନ ବଦଳାଇବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

 

Show More

Related Articles

Back to top button