ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ଘୋଷଣା, ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାଫଳକୁ ନେଇ ପରୀକ୍ଷାର୍ଥୀମାନେ ଉତ୍କଣ୍ଠିତ ଅଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଚଳିତ ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ଫଳାଫଳ ପ୍ରକାଶ ପାଇବ। ଖାତାଦେଖାର ସମୟକାଳ ସରିଛି। ଏଣୁ ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ କରାଯିବାକୁ ସମସ୍ତ ପ୍ରକାରର ପ୍ରଚେଷ୍ଟା ଚାଲିଥିବା ନେଇ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବୋର୍ଡ ପକ୍ଷରୁ ଚାଲିଥିବା ମାଟ୍ରିକ୍ ଖାତା ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ନିଯୁକ୍ତ ମେକର ଓ ଚେକର୍ସଙ୍କ ଦ୍ୱାରା ସିଧାସଳଖ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ୍ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ପରୀକ୍ଷାଫଳ ପ୍ରକାଶ ପ୍ରକ୍ରିୟା ସହଜ ଓ ସରଳ ହେବ ବୋଲି ସୂଚନା ମିଳିଛି। ରାଜ୍ୟ ମଧ୍ୟରେ ସବଜେକ୍ଟିଭ୍ ପେପର ମୂଲ୍ୟାୟନ ଚାଲିଥିବାବେଳେ ଏକକାଳୀନ ରାଜ୍ୟ ବାହାରେ ଅବଜେକ୍ଟିଭ୍ ଖାତା ମୂଲ୍ୟାୟନ ଚାଲିଛି। ତାହା ମଧ୍ୟ ସରିଯାଇଥିବା ସୂଚନାମିଳିଛି।