ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ନଭେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ୨ ପରୀକ୍ଷାର ଫର୍ମପୂରଣ । ଯୁକ୍ତ ୨ର କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷା ହେବାକୁ ଯାଉଛି ।
ତେବେ ଆସନ୍ତା ୧୪ରୁ ୧୯ ତାରିଖ ମଧ୍ୟରେ ସମସ୍ତ ରେଗୁଲାର ଓ ଏକ୍ସ ରେଗୁଲାର ପିଲା ଫର୍ମ ପୂରଣ କରିବେ । ଏଥିପାଇଁ ଫି’ ଦାଖଲର ତାରିଖ ରହିଛି ୨୧ରୁ ୨୩ ଭିତରେ । ଯଦି ଆପଣ ଫର୍ମ ପୂରଣ କରି ନଥିବେ ତେବେ ୨୪ରୁ ୨୬ ତାରିଖ ଭିତରେ ୧୦୦ ଟଙ୍କା ଫାଇନ ଦେବେ । ଏହି ତାରିଖ ଠାରୁ ଯଦି ବିଳମ୍ବ ହୁଏ ତେବେ ୨୮ ରୁ ୩୦ ମଧ୍ୟରେ ୪୫୦ ଟଙ୍କା ୨୮ ରୁ ୩୦ ମଧ୍ୟରେ ଜୋରିମନା ଦେଇ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।
ଏହାପରେ ମଧ୍ୟ ଯଦି ଛାତ୍ରଛାତ୍ରୀ ଫର୍ମପୂରଣ କରି ନାହାନ୍ତି ତେବେ ଡିସେମ୍ବର ୧ ରୁ ୩ ତାରିଖ ମଧ୍ୟରେ ଫାଇନ ଦେଇ ଫର୍ମ ପୂରଣ କରିପାରିବେ । କଲେଜର ସାମ୍ସ ପୋର୍ଟାଲ ଜରିଆରେ କତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ । ଆବଶ୍ୟକୀୟ କାଗଜପତ୍ର ସହ ନିର୍ଭୁଲ ଭାବେ ଫିଲାଙ୍କ ଫର୍ମ ପୂରଣ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।
ଏନେଇ CHSEର ପରୀକ୍ଷା ନିୟନ୍ତ୍ରକଙ୍କୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷକ ମାନଙ୍କୁ ଚିଠି ଲେଖିଛନ୍ତି । ଏହା ସହ ପ୍ରାକ୍ଟିକାଲ ପେପର ପିଛା ୪୦ଟଙ୍କା ଫି ଧାର୍ଯ୍ୟ କରାଯାଇଛି । ଫର୍ମ ଫିଲପକୁ ନେଇ କଲେଜର ଅଧ୍ୟକ୍ଷ ମାନଙ୍କୁ ଗାଇଡଲାଇନ୍ସ ଜାରି କରାଯାଇଛି ।