
ଭୁବନେଶ୍ୱର: ଖୁବ୍ ଶୀଘ୍ର ଓମଫେଡ୍ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବାକୁ ଯାଉଛି । ଏନେଇ ଆସନ୍ତା ଏପ୍ରିଲ ୨୧ ତାରିଖରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓମଫେଡ୍ ସଂସ୍ଥା ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ବଜାରରେ ମିଳୁଥିବା ୫ଶହ ମିଲିଲିଟର କ୍ଷୀରର ଦାମ ୨୩ ଟଙ୍କାରୁ ବୃଦ୍ଧି ପାଇ ୨୪ ଟଙ୍କାରେ ବିକ୍ରି କରାଯିବ ।
ଚାଷୀଙ୍କ ମୂଲ୍ୟ ବୃଦ୍ଧି ,ସବୁଜ ଏବଂ ଶୁଖିଲା ଚାରାର ମୂଲ୍ୟ ବିଜୁଳି,,ଇନ୍ଧନ, ଔଷଧ ଓ ପ୍ୟାକେଜିଂ ମୂଲ୍ୟରେ ବୃଦ୍ଧି ଘଟୁଥିବା ଯୋଗୁଁ ସଂସ୍ଥା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫ଶହ ମିଲିଲିଟରକୁ ୨୪ ଟଙ୍କା ରଖାଯାଇଥିବା ବେଳେ, ଟୋନଡ୍ କ୍ଷୀରର ମୂଲ୍ୟ ୨୧ଟଙ୍କା ରଖାଯାଇଛି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ତ୍ୱେ ଦୁଇବର୍ଷ ହେଲା ଦରବୃଦ୍ଧି କରାଯାଇନଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।
ଆସନ୍ତା ୨୧ ରୁ ଓମଫେଡର ଚା ସ୍ପେଶାଲ ଦୋକାନୀଙ୍କ ପାଇଁ ଏକ ନୂଆ ପ୍ରକାର ଦୁଗ୍ଧ ବିକ୍ର କରିବାକୁ ଯାଉଛି । ଏହାର ଦାମ ୫ଶହ ମିଲିଲିଟର ପିଛା ୨୩ ଟଙ୍କା ରଖାଯାଇଥିବା ବେଳେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା କେବଳ ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ । ସେହିପରି ୨ଶହ ମିଲି ପ୍ୟାକେଟ୍ ଦହି ୧୫ ଟଙ୍କାରେ ବିକ୍ରି କରାଯିବ ।