ଦେଶସ୍ୱତନ୍ତ୍ର

କେଦାରନାଥ ଘାଟିରେ ତୀର୍ଥଯାତ୍ରୀଙ୍କ ପାଇଁ ନିର୍ମାଣ ହେବ ଶିବ ଉଦ୍ୟାନ ଓ ଚିନ୍ତନସ୍ଥଳ,ଏଥିପାଇଁ ୧୧୮କୋଟି ଟଙ୍କା ବ୍ୟୟ କରିବେ ପ୍ରଧାନମନ୍ତ୍ରୀ

ତୀର୍ଥଯାତ୍ରୀଙ୍କୁ ଦିବ୍ୟତା ଅନୁଭବ କରାଇବା ପାଇଁ କେଦାରନାଥ ଘାଟିରେ ହେବ ଅନେକ ସୁବିଧା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ମାଣ କରିବେ ଶିବ ଉଦ୍ୟାନ ଓ ଚିନ୍ତନସ୍ଥଳ । ଏଥିପାଇଁ ୧୧୮କୋଟି ଟଙ୍କା ବ୍ୟୟ କରାଯିବ । ଆସନ୍ତା ନୂଆ ବର୍ଷ ଜାନୁଆରୀ ମାସରୁ କାମ ଆରମ୍ଭ ହୋଇ ୮ମାସ ମଧ୍ୟରେ ଶେଷ ହେବ ।

ସୂଚନା ଅନୁଯାୟୀ, କେଦାର ଘାଟିରେ ଥିବା ଶିବ ମନ୍ଦିର ପଛପଟେ ଶିବ ଉଦ୍ୟାନ ନିର୍ମାଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ତୀର୍ଥଯାତ୍ରୀଙ୍କ ବିଶ୍ରାମ ପାଇଁ ଗୌରୀକୁଣ୍ଡରୁ କେଦାରନାଥ ଟ୍ରାକ ପର୍ଯ୍ୟନ୍ତ ୪ଟି ଚିନ୍ତନସ୍ଥଳ ନିର୍ମାଣ କରାଯିବ ।

ଗୌରୀକୁଣ୍ଡରୁ କେଦାରନାଥ ଟ୍ରାକ ପର୍ଯ୍ୟନ୍ତ ୧୮ କିମି ରାସ୍ତାରେ ରାମଭାଡ଼ା, ଛୋଟି ଲିନଚୋଲୀ, ବଡ଼ି ଲିନଚୋଲୀ ଏବଂ ଚନ୍ତ୍ରୀ କ୍ୟାପ ପରି ଦର୍ଶନୀୟ ସ୍ଥାନରେ ଚିନ୍ତନ ସ୍ଥଳ ନିର୍ମାଣ କରାଯିବ । ଶିବ ଉଦ୍ୟାନରେ ତୀର୍ଥଯାତ୍ରୀଙ୍କ ପାଇଁ ରଙ୍ଗଭୂମୀ-ଶୈଳୀର ବୈଠକ ସ୍ଥଳୀ କରାଯିବ । ଏପରି ସୁବିଧା କରାଯିବା ଦ୍ୱାରା ତୀର୍ଥଯାତ୍ରୀଙ୍କ ପାଇଁ ଏହା ଅଧିକ ଆରାମଦାୟକ ହେବ ।

ସେହିପରି ପ୍ଲାନିଂ ହୋଇଥିବା ଚାରୋଟି ଚିନ୍ତନ ସ୍ଥଳୀରେ ତୀର୍ଥଯାତ୍ରୀଙ୍କ ପାଇଁ ସଂଗୀତ ଲଗାଯିବ ଏବଂ ଶୋଇବା ପାଇଁ ଜାଗା କରାଯିବ । ଏତଦବ୍ୟାତୀତ ଶୋଇବା କାନ୍ଥରେ ଏଲଡ଼ି ଟିଭି ଲଗାଯିବ ଯେଉଁଥିରେ କେଦାରନାଥ ମନ୍ଦିରର ଦୃଶ୍ୟ ଦେଖାଯିବ ।

 

Show More

Related Articles

Back to top button