ଓଡ଼ିଶାମୁଖ୍ୟ ଖବର

ମେ ୨୩ରେ ହେବ ବାକି ୩ ବାର୍‌ ଆସୋସିଏସନ ନିର୍ବାଚନ

 

କଟକ: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବାକି ଥିବା ତିନିଟି ବାର୍‌ ଆସୋସିଏସନର ନିର୍ବାଚନ ଆସନ୍ତା ମେ ୨୩ ତାରିଖରେ କରାଯିବ ବୋଲି ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ସୂଚନା ଦେଇଛନ୍ତି। ଏହି ତାରିଖରେ ନବରଙ୍ଗପୁର ବାର ଆସୋସିଏସନ, ଜଟଣୀ ଲୟର୍ସ ଆସୋସିଏସନ ଏବଂ ସୁନ୍ଦରଗଡ଼ ଜିଲା ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହେବ।

ପରିଷଦ ପକ୍ଷରୁ ସମ୍ପୃକ୍ତ ବାର୍‌ ଆସୋସିଏସନମାନଙ୍କ ସଭାପତି ଓ ସମ୍ପାଦକମାନଙ୍କୁ ଏ ସଂକ୍ରାନ୍ତରେ ଅଧିକୃତ ଭାବେ ଜଣାଇ ଦିଆଯାଇଛି। ସେମାନଙ୍କୁ ଶୀଘ୍ର ସାଧାରଣ ବୈଠକ ଡାକି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ସହିତ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତ କରିବାକୁ କୁହାଯାଇଛି। ଏହା ସହ ଏପ୍ରିଲ ୨୭ ତାରିଖ ପୂର୍ବରୁ ନିଯୁକ୍ତ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଓ ସମ୍ପର୍କିତ ସମସ୍ତ ସୂଚନା ରାଜ୍ୟ ଆଇନଜୀବୀ ପରିଷଦକୁ ଅବଗତ କରାଇବା ନିର୍ଦେଶ ମଧ୍ୟ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ରାଜ୍ୟର ଅଧିକାଂଶ ଅନୁବନ୍ଧିତ ବାର୍‌ ଆସୋସିଏସନମାନଙ୍କର ନିର୍ବାଚନ ଗତ ୨୮ ତାରିଖରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ତେବେ କିଛି ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଯୋଗୁଁ ନବରଙ୍ଗପୁର, ଜଟଣୀ ଏବଂ ସୁନ୍ଦରଗଡ଼ ବାର୍‌ ଆସୋସିଏସନର ନିର୍ବାଚନ ସେତେବେଳେ ସ୍ଥଗିତ ରଖାଯାଇଥିଲା।

ଏବେ ପରିଷଦ ପକ୍ଷରୁ ନୂତନ ତାରିଖ ଘୋଷଣା କରାଯାଇଥିବାରୁ ଏହି ତିନିଟି ବାର୍‌ ଆସୋସିଏସନର ନିର୍ବାଚନ ପ୍ରକ୍ରିୟା ପୁନର୍ବାର ଗତି ପାଇଛି। ନିର୍ବାଚନକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ପରିଷଦ ତରଫରୁ ଆବଶ୍ୟକ ନିୟମ ଓ ନିର୍ଦେଶ ଜାରି କରାଯାଇଛି।

Show More

Related Articles

Back to top button