Breaking PLUSଦେଶମୁଖ୍ୟ ଖବର

ହେମନ୍ତ ସୋରେନ୍ ନିର୍ବାଚନ ପ୍ରଚାର ପାଇଁ ଦାୟର କରିଥିବା ପିଟିସନ ଉପରେ ଜରୁରୀ ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମାଗିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଯେପରି ଅନ୍ତରୀଣ ଜାମିନ ଦିଆଯାଇଛି ସେପରି ଜାମିନ ଦେବାକୁ ସେ ନିଜ ଓକିଲ କପିଲ ସିବଲଙ୍କ ମାଧ୍ୟମରେ ଆବେଦନ କରିଛନ୍ତି । କିନ୍ତୁ କୋର୍ଟ ଏହି ଆବେଦନକୁ ତୁରନ୍ତ ଶୁଣାଣି ପାଇଁ ମନା କରିବା ସହ ଏହା ଉପରେ ଅଦାଲତ ମେ ୨୦ ସୁଦ୍ଧା ଇଡିକୁ ଜବାବ ମାଗିଛନ୍ତି ଏବଂ ଏହି ମାମଲାକୁ ମେ ୨୧ ରେ ଅବକାଶକାଳୀନ ଖଣ୍ଡପୀଠରେ ତାଲିକାଭୁକ୍ତ କରିଛନ୍ତି।

Show More

Related Articles

Back to top button