ରାଜ୍ୟରେ ଲଗାଣ ବର୍ଷା ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ମଧ୍ୟ ଅନେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତେବେ ଏହାରି ମଧ୍ୟରେ ବିପଦ ସଂକେତ ଉପରେ ପ୍ରବାହିତ ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ।
ମିଳିଥିବା ସୂଚନା ଅନୁଯାୟୀସ ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଂକେତ ୫.୫୦ ମି. ଥିବା ବେଳେ ଜଳସ୍ତର ୬.୯୦ ମି. ରହିଛି । ବୁଢ଼ାବଳଙ୍ଗର ବିପଦ ସଂକେତ ୮.୧୩ ମି ଥିବା ବେଳେ ଜଳସ୍ତର ଏବେ ୭.୪୨ ମି.ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ ମି.ଥିବା ବେଳେ ଜଳସ୍ତର ୭.୯୮ ମି.ରହିଛି ।
ସେହିପରି ବୁଢାବଳଙ୍ଗ ନଦୀର ପାଣି ଯୋଗୁଁ ବାଲେଶ୍ୱର ସହର ଫୁଲାଡ଼ି, ଚାନ୍ଦମାରିପଡ଼ିଆ, କଣ୍ଟାବଣିଆ, ପସିମିଳାରେ ଆଦି ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିଛି । ଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।