ଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

୨୫ରେ ଶପଥ ଗ୍ରହଣ କରିବେ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦିଲ୍ଲୀ : ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ ତାରିଖରେ ଶପଥ ପାଠ ଗ୍ରହଣ କରିବେ । ସେ ଦେଶର ପ୍ରଥମ ଆଦୀବାସୀ ମହିଳା ରାଷ୍ଟ୍ରପତି ହେବା ସହିତ ପ୍ରଥମ ସର୍ବକନିଷ୍ଠ ରାଷ୍ଟ୍ରପତି ହେଲେ । ସେ ୬୪ ବର୍ଷ ବୟସରେ ରାଷ୍ଟ୍ରପତି ହେଲେ । ଦ୍ରୌପଦୀ ଦେଶର ଷଷ୍ଠ ରାଷ୍ଟ୍ରପତି ନୀଲମ ସଂଜୀବଙ୍କଠାରୁ ସେ ୧ ମାସ ସାନ ହେବେ । ନୀଲମ ସଂଜୀବ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ସମୟରେ ତାଙ୍କୁ ୬୪ ବର୍ଷ ୨ ମାସ ବୟସ ହୋଇଥିଲା । ସୂଚନା ଅନୁଯାୟୀ, ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ପରାସ୍ତ କରି ଦେଶର ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିବେ । ୫୦ ପ୍ରତିଶତରୁ ଅଧିକ ଭୋଟ୍‌ ପାଇଥିବାରୁ ସେ ବିଜୟୀ ହୋଇଛନ୍ତି । ଦ୍ରୌପଦୀଙ୍କୁ ମିଳିଥିବା ଭୋଟର ମୂଲ୍ୟ ୬,୭୬, ୮୦୩ ଥିବାବେଳେ ଯଶୱନ୍ତଙ୍କୁ ମିଳିଥିବା ଭୋଟର ମୂଲ୍ୟ ୩,୮୦, ୧୭୭ ରହିଛି ।

Show More

Related Articles

Back to top button