Breaking PLUSଓଡ଼ିଶାମୁଖ୍ୟ ଖବର

ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ !

ଭଦ୍ରକ ସହରାଞ୍ଚଳରେ ଥାନାରେ ଯୁବକଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ମାଡ଼ ଅଭିଯୋଗ କରାଯାଇଛି|ଦୁଇ ଦମ୍ପତିଙ୍କ ଝଗଡ଼ରେ ମହିଳା କନଷ୍ଟେବଳଙ୍କ ହସ୍ତକ୍ଷେପରୁ ତୁମୂଳକାଣ୍ଡ ଘଟିଥିବାର ସୂଚନା ମିଳିଛି କାରଣ କନଷ୍ଟେବଳଙ୍କୁ ମଦ୍ୟପ ଯୁବକ ଜଣକ ଧକ୍କା ଦେବା ସହ ମାଡ଼ ମରିଥିବା ପୋଲିସ ପକ୍ଷରୁ ଅଭିଯୋଗ କରାଯାଇଛି |ଏହାପରେ ଯୁବକଙ୍କୁ ଥାନାକୁ ଆଣି ପୋଲିସ ମାଡ଼ ମରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି |ଗତକାଲି ଆହତ ଯୁବକଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି |ଯୁବକଙ୍କୁ ଏବେ ତରବରିଆ ଭାବେ ଜେଲରେ ଆଣି ରଖିଥିବାର ସୂଚନା ମିଳିଛି ଏବଂ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହି |

Show More

Related Articles

Back to top button