ଦେଶମନୋରଞ୍ଜନସ୍ୱତନ୍ତ୍ର

ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଚର୍ଚ୍ଚିତ ଯୋଡି

ଏବେ ବଲିଉଡରେ ଚର୍ଚ୍ଚାର ଆଗରେ ରହିଛନ୍ତି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା । ଏମାନଙ୍କ ବିବାହକୁ ନେଇ ଏବେ କିଛି ଅପଡେଟ୍ସ ମିଳିଛି । ଯାହାକୁ ତାଙ୍କ ପ୍ରଶଂସକ ବଡ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।

ସିଦ୍ଧାର୍ଥ ମାଲହୋତ୍ରା ଏବେ ତାଙ୍କ ମୁଭି ‘ଥ୍ୟାଙ୍କ ଗଡ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ ତାରିଖକୁ ନେଇ ବଡ ଖବର ଆସିଛି । ଶୁଣିବାକୁ ମିଳିଛି କି ଏମାନେ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବେ ।

ମିଡିଆ ରିପୋର୍ଟ ଅନୁଯାୟୀ ଏମାନେ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ଆଉ ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଖୁବ୍ ଆନନ୍ଦ ଦେଇଛି । ଏମାନେ ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ରଖିଛନ୍ତି, ଯେଉଁଥିରେ ବଲିଉଡର ଅନେକ ଷ୍ଟାରଙ୍କୁ ନିମନ୍ତ୍ରଣ ଦିଆଯିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ପୂର୍ବରୁ ଶୁଣିବାକୁ ମିଳୁଥିଲା କି କିଆରା-ସିଦ୍ଧାର୍ଥ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ଏପ୍ରିଲରେ ବିବାହ କରିବେ । ହେଲେ ଏବେ ଏହି ଅପଡେଟ୍ସ ତାଙ୍କ ପ୍ରଶଠସକଙ୍କୁ ଖୁସି କରିଦେଇଛି ।

Show More

Related Articles

Back to top button