ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ
ଥାଇରଏଡ୍ ରୋଗୀ ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଥାଇରଏଡ୍ ବର୍ତ୍ତମାନ ଏକ ସାଧାରଣ ବ୍ୟାଧି ପାଲଟିଯାଇଛି । ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ଅନେକ ଏହି ରୋଗରେ ପୀଡିତ । ତେବେ ଏହା ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ।
କିନ୍ତୁ ଆପଣ ଜାଣନ୍ତି କି ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ୍। କାରଣ ଏପରି କିଛି ଖାଦ୍ୟ ରହିଛି,ଯାହା ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ଏହି କ୍ରମରେ ଥାଇରଏଡ୍ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ୍ ।
- ମାଂସ : ମାଂସରେ ବହୁଳ ପରିମାଣରେ ଫ୍ୟାଟ୍ ଏବଂ କୋଲେଷ୍ଟ୍ରଲ ରହିଥାଏ। ଯାହା ଥାଇରଏଡ ହର୍ମୋନକୁ ବୃଦ୍ଧି କରିଥାଏ। ତେଣୁ ଏହି ରୋଗୀମାନେ ମାଂସ ଖାଇବା ଅନୁଚିତ୍।
- ଜଙ୍କ ଫୁଡ୍ : ସେହିପରି ଥାଇରଏଡ୍ ରୋଗୀ ଜଙ୍କ ଫୁଡ୍ ସେବନ କରିବା ମଧ୍ୟ ଅନୁଚିତ। ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ୍ ଆପଣଙ୍କୁ ଅସୁବିଧାରେ ପକାଇଥାଏ। ଯେଉଁଥିପାଇଁ ବିଭିନ୍ନ ପ୍ରକାରର ଅସୁବିଧା ଦେଖାଦିଏ।
- ମଦ : ଥାଇରଏଡ୍ ରୋଗୀଙ୍କୁ ମଦ ସେବନ କରିବା ଠାରୁ ଦୂରରେ ରହିବା ଉଚିତ୍ । କାରଣ ଥାଇରଏଡ୍ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ମଦ ଖରାପ ପ୍ରଭାବ ପକାଇଥାଏ। ଏଣୁ ହେଲ୍ଥ ଏକ୍ସପର୍ଟ ଏହି ରୋଗୀଙ୍କୁ ମଦ୍ୟପାନ ନ କରିବାକୁ ପରାମର୍ଶ ଦେଇଥାନ୍ତି।
- କଫି ଏବଂ ଚା : ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ।
- ସୋୟାବିନ : ଥାଇରଏଡ ରୋଗୀଙ୍କୁ ସୋୟାବିନ୍ ଖାଇବାକୁ ମଧ୍ୟ ବାରଣ କରାଯାଇଛି।
- ଫାଇବର ଯୁକ୍ତ ପନିପରିବା : ଥାଇରଏଡ ରୋଗୀ ଫାଇବର ଥିବା ଖାଦ୍ୟ ଖାଇବା ଅନୁଚିତ୍ । ପାଳଙ୍ଗ,କୋବି, ବ୍ରୋକୋଲି ଇତ୍ୟାଦି ସେବନ କରିବା ଅନୁଚିତ।