Breaking PLUSଓଡ଼ିଶାମୁଖ୍ୟ ଖବର
ଦିଗପହଣ୍ଡିରେ କଲରାପତରିଆ ବାଘ ଆତଙ୍କ

ଦିଗପହଣ୍ଡି: ପାହାଡ଼ ଉପରେ କଲରାପତରିଆ ବସିଥିବା ଭିଡିଓ ଭାଇରାଲ୍ ହୋଇଛି । ସୁନାଖଳା ପାହାଡ଼ରେ ବାଘ ବସିଥିବା ଲଙ୍କା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ପାତ୍ର ପୁରବ୍ଳକ ସାମନ୍ତିଆ ପଲ୍ଲୀ ଅଂଚଳରେ କଲରାପତିଆ ବାଘ ଆତଙ୍କ ଦେଖାଦେଇଛି । ଗତକାଲି ଦିଗପହଣ୍ଡି ଲଂକାଗାଁ ସୁନାଖଳା ପାହାଡଉପରେ କଲରା ପତିଆ ବାଘ ବସିଥିବା କିଛିଲୋକ ଦେଖିବାକୁ ପାଇଥିଲେ । ବାଘର ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଆତକିଂତ ହୋଇ ପଡିଛନ୍ତି ।
ବନ ବିଭାଗ ପକ୍ଷରୁ ଘଟଣାର ଅନୁଧ୍ୟାନ କରାଯାଉଛି । ଲୋକଙ୍କୁ ମଧ୍ୟ ଆଲର୍ଟ କରାଯାଇଛି ।



