
ଯଦି ନେଇଛନ୍ତି ଉଭୟ ଡୋଜ୍ ନା କେବଳ ପ୍ରଥମ ଡୋଜ୍ ନେଇ ରହିଯାଇଛନ୍ତି । ଏ ସବୁର ତଥ୍ୟ ସଂଗ୍ରହ କରାଯିବା ପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା କରାଯିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ ବି ୩୦ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ସେମାନଙ୍କ ସମୟ ହୋଇଯାଇଥିଲେ ମଧ୍ୟ କୌଣସି କାରଣରୁ ସେମାନେ ଟିକା ନେବାକୁ ଆସୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ୩ କୋଟି ୭୨ ହଜାର ଡୋଜ୍ ଟିକା ରାଜ୍ୟରେ ଦିଆସରିଲାଣି । ୨ କୋଟି ୫୭ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୧ କୋଟି ୧୫ ଲକ୍ଷ ଲୋକ ଉଭୟ ଡୋଜ୍ ନେଇ ସାରିଲେଣି ।
ରାଜ୍ୟରେ ପାଖାପାଖି ୭୯% ଲୋକ ଟିକା ଅତିକମ୍ରେ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ‘ହର ଘର ଦସ୍ତକ ଅଭିଯାନ’ ଆରମ୍ଭ ହେଲେ ରାଜ୍ୟରେ ଟିକାକରଣ ବଢ଼ିବ । ଡିସେମ୍ବର ମାସ ସୁଦ୍ଧା ୧୦୦% ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ବଡ଼ ବଡ଼ ଗାଁ ରେ ଏଣିକି ଟିକାକରଣ କେନ୍ଦ୍ର ଖୋଲିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୬୦୦ ଟିକାକରଣ କେନ୍ଦ୍ରରେ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଛି । ସୋମବାର ରାଜ୍ୟରେ ୩୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷଣ ୬୩ହଜାର୬୫୧କୁ କମିଛି । ଅର୍ଥାତ ୦.୫%କୁ ଖସିଛି ପଜିଟିଭ୍ ହାର । ବଲାଙ୍ଗୀରରେ ୧୦, କଟକରୁ ୩୨, ଖୋର୍ଦ୍ଧାରେ ୧୫୨, ମୟୂରଭଞ୍ଜରେ ୨୮କୁ ଛାଡ଼ିଦେଲେ ସବୁଠି ସଂଖ୍ୟା ୧୦ ତଳେ ରହିଛି । ଅନୁଗୁଳ, ବରଗଡ଼, ବୌଦ୍ଧ, ଦେବଗଡ଼, କେନ୍ଦୁଝର, କୋରାପୁଟ୍, ନବରଙ୍ଗପୁର ଓ ନୂଆପଡ଼ା । ଏହି ୮ ଜିଲ୍ଲାରୁ ସୋମବାର ନମୁନା ପରୀକ୍ଷା ହୋଇଥିଲେ ମଧ୍ୟ ଜଣେ ବି ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଏହି ଜିଲ୍ଲାଗୁଡ଼ିକରେ କରୋନା ଶୂନ୍ୟ ରହିଛି । ଏପଟେ ୩ ଜଣ କରୋନାରେ ଆଖି ବୁଜିଛନ୍ତି । ମୃତକଙ୍କ ମଧ୍ୟରେ ଅନୁଗୁଳ,ବାଲେଶ୍ୱର ଓ ଗଞ୍ଜାମରୁ ଜଣେ ଲେଖାଁଏ ରହିଛନ୍ତି ।