ରାଜା ପୂଜା ପାଏ ନିଜ ରାଜ୍ୟେ ସିନା
ବିଦ୍ୟା ପୂଜା ସବୁଠାରେ,
ବିଦ୍ବାନ ବ୍ୟକ୍ତିଟି ଲଭଇ ଆଦର
ସାରା ଦେଶ ବିଦେଶରେ ।
ଲେମ୍ବୁର କିଛି ବୁନ୍ଦା ଯେମିତି କ୍ଷୀର ଆଉ ପାଣିକୁ ଅଲଗା ଅଲଗା କରିଦିଏ ସେମିତି ପଇସାର କିଛିଟା ଅହଙ୍କାର ବାପ – ପୁଅ, ଭାଇ-ଭଉଣୀ, ଭାଇ-ଭାଇ ଭିତରେ ଥିବା ସ୍ନେହ ଶ୍ରଦ୍ଧା ସୁସମ୍ପର୍କକୁ ଅଲଗା କରିଦିଏ ।
ସମ୍ପର୍କ କେବଳ ରକ୍ତରୁ ହିଁ ସୃଷ୍ଟି ହୁଏନାହିଁ, ବିଶ୍ବାସ ଆଉ ଭରଷାର ଗୋଟେ ଛୋଟ ମଞ୍ଜିରୁ ବି ବଡ ସମ୍ପର୍କର ବୃକ୍ଷଟିଏ ସୃଷ୍ଟି ହୋଇଥାଏ ।
ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା କିନ୍ତୁ ଏହା ସତ ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ Decision ନେବାରେ ସହାୟକ ହୋଇଥାଏ ।
ଶୁଭ ସକାଳ
🙏ଜୟ ଶ୍ରୀକୃଷ୍ଣ🙏
ଦିନଟି ଆପଣଙ୍କର ମଙ୍ଗଳମୟ ହେଉ