Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ଦହିବରା ଦିବସ

ଭୁବନେଶ୍ୱର- ଆଜି ପାଳିତ ହେଉଛି ଦହିବରା ଆଳୁଦମ ଦିବସ । କଟକ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ଦହିବରା ଆଳୁଦମ ଦିବସ ପାଳିତ । କଟକ ସିଲଭର ସିଟି ବୋଟିଂ କ୍ଲବ୍ ପରିସରରେ ବିଭିନ୍ନ ଷ୍ଟଲ୍ ବୁଲି ଦହିବରାର ମଜା ନେଉଛନ୍ତି ସମସ୍ତେ।
ସବୁଠି କଟକ ଦହିବରାର ଆଦର । କଟକର ଗଳିକନ୍ଦିରୁ ବାହାରି ବିଶ୍ବସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍ । କଟକ ସହରରେ ଦିନକୁ ବାର୍ଷିକ ୨୦ କୋଟି ଟଙ୍କାର କାରବାର ହୁଏ। କେବଳ କଟକ ନୁହେଁ , କଟକ ଦହିବରା ବର୍ତ୍ତମାନ ବିଦେଶରେ ବି ଆଦୃତ। କଟକ ବିଡାନାସୀରେ ଥିବା ରଘୁ ଦହିବରା ର ବେଶ୍ ନାଁ ରହିଛି। ଏହା କେବଳ ଏକ ଖାଦ୍ୟ ବେପାର ନୁହେଁ , ଏହାକୁ କ୍ଷୁଦ୍ର ଶିଳ୍ପ କହିଲେ ଅତ୍ୟୁକ୍ତି ହେବ ନାହିଁ।