Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ବାର୍ଷିକୀ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, 'ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଜୀଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି'। 

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଜୀଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି’। ଅନ୍ୟପକ୍ଷରେ ପୂର୍ବତନ କଂଗ୍ରେସ ସଭାପତି ତଥା ରାଜୀବ ଗାନ୍ଧୀଙ୍କ ପୁଅ ରାହୁଲ ଗାନ୍ଧୀ ତାଙ୍କ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାହୁଲ ଗାନ୍ଧୀ ବୀର ଭୂମିରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ରାହୁଲ ଗାନ୍ଧୀ ତାଙ୍କ ବାପାଙ୍କ ଫଟୋ ଟୁଇଟ୍ କରି କହିଛନ୍ତି, ‘ରାଜୀବ ଗାନ୍ଧୀ ତାଙ୍କ ସମୟଠାରୁ ବହୁ ଆଗରେ ଜଣେ ଅଦ୍ଭୁତ ଦର୍ଶନକାରୀ ବ୍ୟକ୍ତି ଥିଲେ । କିନ୍ତୁ ସର୍ବୋପରି, ସେ ଜଣେ ଉଦାର ଏବଂ ସ୍ନେହୀ ବ୍ୟକ୍ତି ଥିଲେ। ତାଙ୍କୁ ମୁଁ ବାପାଙ୍କ ଭାବରେ ପାଇ ନିଜକୁ ବହୁତ ଭାଗ୍ୟବାନ ଏବଂ ଗର୍ବିତ ଅନୁଭବ କରେ । ଆମେ ତାଙ୍କୁ ଆଜି ଏବଂ ପ୍ରତ୍ୟେକ ଦିନ ସ୍ମରଣ କରୁ ।’

ରାଜୀବ ଗାନ୍ଧୀ ଅଗଷ୍ଟ ୨୦, ୧୯୪୪ ରେ ଜନ୍ମଗ୍ରହଣ କରିଥିଲ। ସେ ଦେଶର ନବମ ପ୍ରଧାନମନ୍ତ୍ରୀ ଥିଲେ । ୧୯୮୪ ରୁ ୧୯୮୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବରେ ଦେଶର ନେତୃତ୍ୱ ନେଇଥିଲେ। ୧୯୯୧ ରେ ଏକ ନିର୍ବାଚନ ପ୍ରଚାର ସମୟରେ ତାଙ୍କୁ ତାମିଲ ଉଗ୍ରବାଦୀମାନେ ହତ୍ୟା କରିଥିଲେ।

Show More

Related Articles

Back to top button