Breaking PLUSଓଡ଼ିଶାମୁଖ୍ୟ ଖବର

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଓଆଇସି ମମତାଙ୍କୁ କ୍ରାଇମବ୍ରଞ୍ଚର ଜେରା

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ୍‌ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଜେରା କରିଛି। ସେ ସୌମ୍ୟଙ୍କ ଆମ୍ବୁଲାନ୍ସ ଅଟକାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବାରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି।

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଟିମ୍‌ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଜେରା କରିଛି। ସେ ସୌମ୍ୟଙ୍କ ଆମ୍ବୁଲାନ୍ସ ଅଟକାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବାରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏ ନେଇ ସକାଳୁ ତାଙ୍କୁ ଜେରା ଚାଲିଛି। ବିଗତ ଦିନରେ ମମତା ପୋଲିସ ଜେରା ସମ୍ମୁଖିନ ହୋଇଥିଲେ। ସେହି ସମୟରେ ତାଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା। କେଉଁ କାରଣରୁ ନିଜ ଥାନା ଛାଡି ପାରଳାଖେମୁଣ୍ଡି ଘଟଣାସ୍ଥଳକୁ ଆସିଥିଲେ, ଆମ୍ବୁଲାନ୍ସ କେଉଁ କାରଣରୁ ଅଟକାଇଥିଲେ। କାହା ନିର୍ଦ୍ଦେଶରେ ପାରଳାଖେମୁଣ୍ଡି ଆସିଥିଲେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇ ସେତେବେଳେ ପୋଲିସଠାରୁ ଏକ ପ୍ରକାର କ୍ଲିନ ଚିଟ ପାଇଥିଲେ ମମତା। ତବେ କ୍ରାଇମେବ୍ରାଞ୍ଚ ପୁଣି ଥରେ ସେହି ସବୁ ପ୍ରଶ୍ନ ଦୋହରାଇବା ଅନେକ ପ୍ରଶ୍ନ କରିବ ବୋଲି କୁହାଯାଉଛି।

Show More

Related Articles

Back to top button