ଦୁର୍ଘଟଣାଦେଶମୁଖ୍ୟ ଖବର

ଟ୍ରେନ୍‌ ଧକ୍କାରେ ୪ ଛାତ୍ର ମୃତ

ଅମରାବତୀ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଟେକ୍କାଲି ନିକଟରେ ଟ୍ରେନ୍‌ ଧକ୍କାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଛାତ୍ର ଆହତ ହୋଇଛନ୍ତି। ମୃତକମାନେ ହେଲେ ବିଶାଖା ରାଓ, ଦିଲୀପ କୁମାର, ଶିବା ଓ ସରତ କୁମାର। ସେମାନଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ଏବଂ ସମସ୍ତେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ, ଛାତ୍ରମାନେ ନୌପଡ଼ାରୁ ଟେକ୍କାଲି ଯାଉଥିବା ବେଳେ ରେଳଧାରଣା ଉପରେ ଚାଲୁଥିଲେ। ଏହି ସମୟରେ ସେମାନେ ଆସୁଥିବା ରାଜା ରାଣୀ ଏକ୍ସପ୍ରେସ୍‌କୁ ଦେଖିପାରିନଥିଲେ। ଫଳରେ ଟ୍ରେନ୍‌ ଧକ୍କାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଟେକ୍କାଲି ଆର୍‌ଡିଓ ଓ ପୁଲିସ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି।

ଆହତ ଛାତ୍ର ସାଲମନ୍‌ ରାଜୁଙ୍କୁ ଟେକ୍କାଲି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣାରେ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରିବା ସହ ଆହତ ଛାତ୍ରଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର୍‌ସିପି ସଭାପତି ୱାଇ.ଏସ୍‌. ଜଗନ ମୋହନ ରେଡ୍ଡୀ ମଧ୍ୟ ଶୋକ ପ୍ରକାଶ କରି ମୃତକଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Show More

Related Articles

Back to top button