Breaking PLUSଆଇନ କାନୁନଦେଶମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଇଥିବା ବିଧାୟକଙ୍କୁ ନିର୍ବାଚନ ଲଢ଼ା ମାମଲା ଖାରଜ

Plea regarding MLAs who resigned contesting elections dismissed

 

ଚେନ୍ନାଇ: ରାଜନୈତିକ କାରଣରୁ ଇସ୍ତଫା ଦେଇଥିବା ବିଧାୟକଙ୍କଠାରୁ ଉପନିର୍ବାଚନର ଖର୍ଚ୍ଚ ଆଦାୟ କରିବା ଏବଂ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇବାକୁ ଦାବି କରି ଦାଏର ହୋଇଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଛନ୍ତି। ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ଆଇନରେ ପରିବର୍ତ୍ତନ ଆବଶ୍ୟକ ଏବଂ ଏହା ସଂସଦ କିମ୍ବା ବିଧାନସଭାର ବିଚାରଧୀନ ବିଷୟ ବୋଲି କୋର୍ଟ କହିଛନ୍ତି।

ସଇଦାପେଟର ଆଇନଜୀବୀ ସୁଧନ ଏହି ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ନିର୍ବାଚନ ଜିତିବା ପରେ ରାଜନୈତିକ କାରଣରୁ ଇସ୍ତଫା ଦେଉଥିବା ବିଧାୟକଙ୍କ ଯୋଗୁଁ ପୁଣି ଉପନିର୍ବାଚନ ହେଉଥିବାରୁ ଏହାର ଆର୍ଥିକ ବୋଝ ଜନସାଧାରଣଙ୍କ ଉପରେ ପଡ଼ୁଥିବା ସେ ଯୁକ୍ତି ଦର୍ଶାଇଥିଲେ।

ଉପନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ସମୟରେ ସମ୍ପୃକ୍ତ ପୂର୍ବତନ ବିଧାୟକଙ୍କଠାରୁ ନିର୍ବାଚନ ଖର୍ଚ୍ଚ ଜମା ନେବା ସହ ୫ ବର୍ଷ ନିର୍ବାଚନ ଲଢ଼ିବା ଉପରେ ରୋକ ଦାବି କରାଯାଇଥିଲା। ତେବେ ନିର୍ବାଚନ ପରେ ବିଧାୟକଙ୍କ ଇସ୍ତଫା ଉପରେ ନିର୍ବାଚନ କମିଶନଙ୍କ କୌଣସି ଭୂମିକା ନଥିବା ଦର୍ଶାଇ କମିଶନ ଆବେଦନକୁ ବିରୋଧ କରିଥିଲେ।

ମୁଖ୍ୟ ବିଚାରପତି ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଓ ଜଷ୍ଟିସ୍‌ ଜି. ଅରୁଲ ମୁରୁଗନଙ୍କ ଖଣ୍ଡପୀଠ କହିଛନ୍ତି ଯେ ଆବେଦନରେ ଦାବି କରାଯାଇଥିବା ପରିବର୍ତ୍ତନ ଆଇନ ପ୍ରଣୟନ ମାଧ୍ୟମରେ ହିଁ କରାଯାଇପାରିବ।

Show More

Related Articles

Back to top button