ଦେଶସ୍ୱାସ୍ଥ୍ୟ

ଆଜି ଦେଶରେ ସର୍ବନିମ୍ନ ସଂଖ୍ୟକ କୋଭିଡ ମାମଲା ପଞ୍ଜିକୃତ,୨୪ଘଣ୍ଟା ମଧ୍ୟରେ ୮୩୦ନୂଆ ମାମଲା ଚିହ୍ନଟ

ଦୀପାବଳି ପରେ କରୋନା ବୃଦ୍ଧି ପାଇବ ବୋଲି କୁହାଯାଉଥିଲା । କିନ୍ତୁ ଏନେଇ ବର୍ତ୍ତମାନ ଆଶ୍ୱସ୍ତି ମିଳିଛି । ଆଜି ଦେଶରେ ସର୍ବନିମ୍ନ ସଂଖ୍ୟକ କୋଭିଡ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ କରୋନାର ୮୩୦ ଟି ନୂଆ ମାମଲା ଚିହ୍ନଟ ହୋଇଛି । ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇ ୨୧,୬୦୭ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ୯୪୨ ହ୍ରାସ ପଞ୍ଜିକୃତ ହୋଇଛି । ଏଥି ସହିତ ରୋଗୀମାନଙ୍କର ଜାତୀୟ ପୁନରୁଦ୍ଧାର ହାର ୯୮.୭୭ ପ୍ରତିଶତକୁ ବୃଦ୍ଧି ପାଇଛି ।

ସର୍ବଶେଷ ଆକଳନ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୦.୬୭ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୧.୦୫ ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪,୪୦,୯୫,୧୮୦ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି ଏବଂ କୋଭିଡ -୧୯ ରୁ ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି ।

Show More

Related Articles

Back to top button