କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ । ବିଶାଖାପାଟଣା ନିକଟରେ ଥିବା ଏକ ପୋଷାକ ଉତ୍ପାଦନ କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ବଡ଼ ଧରଣର ଅଘଟଣ । ଫଳରେ ଶତାଧିକ କର୍ମଚାରୀ ଅସୁସ୍ଥ ହୋଇଥିବାବେଳେ ୫୦ରୁ ଅଧିକ ମହିଳା କର୍ମଚାରୀ ଗୁରୁତର । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟା ୧୫ରୁ ୭ଟା ମଧ୍ୟରେ ଅନକପଲ୍ଲୀ ଜିଲା ଅନ୍ତର୍ଗତ ଅଚ୍ୟୁତପୁରମ୍ରେ ଥବିା ‘ବ୍ରାଣ୍ଡିକ୍ସ ସ୍ପେସାଲ୍ ଇକୋନୋମିକ୍ ଜୋନ୍’ରେ ‘କ୍ବାଣ୍ଟମ୍ ସିଡ୍ସ୍’ କମ୍ପାନିରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ପାଖରେ ଥିବା ଏକ ପୋଷାକ ତିଆରି ୟୁନିଟ୍ରେ କାର୍ଯ୍ୟରତ ପ୍ରାୟ ୫୦ଜଣ ମହିଳା କର୍ମଚାରୀ ବାନ୍ତି କରିବା ସହ ଚେତା ହରାଇଥିଲେ। ଚିକିତ୍ସା ନିମନ୍ତେ ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।