Breaking PLUSଦେଶମୁଖ୍ୟ ଖବର

ରାଜସ୍ଥାନରେ ଟ୍ରେନ ଲାଇନଚ୍ୟୁତ କରିବାକୁ ଷଡଯନ୍ତ୍ର

ଆଜମେର, 10 ସେପ୍ଟେମ୍ବର – ରାଜସ୍ଥାନରେ ପୁଣି ଥରେ ଟ୍ରେନ୍‌‌ ଲାଇନଚ୍ୟୁତ କରିବାକୁ ଷଡଯନ୍ତ୍ର ହୋଇଥିଲା।  ଆଜମେରରେ ସରାଧନା ଓ ବାଂଗଡ ଗ୍ରାମ ରେଲୱେ ଷ୍ଟେସନ ମଧ୍ୟରେ ଦୁଇଟି ସ୍ଥାନରେ ଦୁର୍ବୃତ୍ତମାନେ 70 କିଲୋଗ୍ରାମ ଓଜନର ସିମେଂଟ ଅବରୋଧ ରଖିଥିଲେ । ତେବେ ଟ୍ରେନ ଏହାକୁ ଭାଙ୍ଗି ଆଗକୁ ଯାଇଥିଲା ଏବଂ କୌଣସି ଅଘଟଣ ଘଟିନାହିଁ । ରେଲୱେ ଓ ଆରପିଏଫ ଅଧିକାରୀମାନେ ମଙ୍ଗଳବାର ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏବଂ ଘଟଣାସ୍ଥଳରେ ରଖାଯାଇଥିବା ଅବରୋଧକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସୋମବାର ରାତିରେ ଘଟଣା ସଂପର୍କରେ ଜଣାପଡିଥିଲା । ଏକ ମାଲଗାଡି ଫୁଲେରାରୁ ଅହମଦାବାଦ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ଏନେଇ ମାଂଗଲିୟାଭାସ ଥାନା ପୋଲିସରେ ମାମଲା ରୁଜୁ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button