Breaking PLUSଓଡ଼ିଶାମୁଖ୍ୟ ଖବର
କାଲିଠୁ ଭୁବନେଶ୍ୱରରୁ ଟ୍ରେନ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର: କାଲିଠାରୁ ଭୁବନେଶ୍ୱରରୁ ଟ୍ରେନ୍ ଯାତ୍ରା ସ୍ୱାଭାବିକ ହେବ । ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ଜାରି ହୋଇଛି ସୂଚନା । ୧୭ରୁ ଆରମ୍ଭ ହୋଇଥିବା ଭିତ୍ତିଭୂମି ବିକାଶ ଓ ନିରାପତ୍ତା କାର୍ଯ୍ୟ ଶେଷ ହୋଇଛି । ମଞ୍ଚେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଆଜି ସିଗନାଲ ଯାଞ୍ଚ ହେବ । ରେଲୱେ ସେଫ୍ଟି କମିଶନର ୩ୟ ଲାଇନର ସିଗନାଲ ଯାଞ୍ଚ କରିବେ ବୋଲି ସୂଚନା ମିଳିଛି । ଆଜି ପାଇଁ କିଛି ଟ୍ରେନ୍ ଆଂଶିକ ଓ ପୂରା ବାତିଲ ହୋଇଥିବା ବେଳେ କାଲିଠୁ ସ୍ୱାଭାବିକ ହେବ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି ।