ଦୁର୍ଘଟଣାମୁଖ୍ୟ ଖବର

ଫାୟାର ଷ୍ଟେସନରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ

ଜାତୀୟ ରାଜପଥରେ ଯାତାୟାତ ବାଧା

ଭୁବନେଶ୍ୱର: ରାଜଧାନୀର ଫାୟାର ଷ୍ଟେସନ ଓଭରବ୍ରିଜ୍ ଉପରେ ଗ୍ୟାସ ସିଲିଣ୍ଡର ବୋଝେଇ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଶତାଧିକ ସିଲିଣ୍ଡର ରାସ୍ତା ସାରା ବିଛିନ୍ନ ହୋଇ ପଡ଼ିଥିବାରୁ ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି।

ଦ୍ରୁତ ଗତିରେ ଯାଉଥିବା ସମୟରେ ଟ୍ରକଟି ନିୟନ୍ତ୍ରଣ ହରାଇ ଓଭରବ୍ରିଜ୍‌ ଉପରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ଉଭୟ ପାର୍ଶ୍ୱରୁ ଯାନଚଳାଚଳକୁ ବନ୍ଦ କରାଯାଇଥିବାରୁ ଜାତୀୟ ରାଜପଥରେ କିଲୋମିଟର ଲମ୍ବା ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହୋଇଛି।

ଘଟଣାସ୍ଥଳରେ ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗ୍ୟାସ ଲିକ୍‌ ହେବାର ଆଶଙ୍କା ଥିବାରୁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଜୀବନହାନି ଘଟିନାହିଁ, କିନ୍ତୁ ଯାତାୟାତ ବ୍ୟବସ୍ଥା ବିଘ୍ନିତ ହେବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Show More

Related Articles

Back to top button