ଓଡ଼ିଶା
ଗଛକୁ ଧକ୍କା ଦେଇ ଓଲଟିଲା ଟ୍ରକ,୨ ମୃତ

ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇ ଓଲଟିଲା ଟ୍ରକ । ଏଭଳି ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଅଂଚଳ । ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ତାରାସିଂ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଥିବାବେଳେ ମୃତକଙ୍କ ପରିଚୟ ମିଳି ପାରିନହିଁ ।
ମିଳିଥିବା ସୂଚନା ଅନୁଯାୟୀ,ମଧ୍ୟରାତିରେ ମହାରାଷ୍ଟ୍ର ଅଂଚଳରୁ ଏକ ପରିବା ବୋଝେଇ ଟ୍ରକ ତାରାସିଂ କୋକୋଲାବା ଦେଇ ଗଞ୍ଜାମ ଜିଲ୍ଲା ଅଂଚଳକୁ ପରିବା ନେଇ ଆସୁଥିବା ବେଳେ,ଗଞ୍ଜାମ ଜିଲ୍ଲା ତାରାସିଂ କୋକୋଳବ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇ ଓଲଟି ଥିଲା । ଫଳରେ ଗାଡ଼ି ଡ୍ରାଇଭର ଓ ଗାଡ଼ିରେ ଥିବା ଆଉଜଣଙ୍କ ମୃତ୍ୟୁ ହୋଇଥିଲା।