Breaking PLUSଓଡ଼ିଶାମୁଖ୍ୟ ଖବର
24ରେ ଆସିବ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର, – ବାତ୍ୟା ଦାନା କ୍ଷତି ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍ । ଆସନ୍ତା ୨୪ ତାରିଖରେ ଟିମ୍ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଟିମ୍ ରହିବେ । ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପି.କେ ରାୟଙ୍କ ନେତୃତ୍ବରେ ଆସିବ ଟିମ୍ । ୭ ଜଣିଆ ଟିମ୍ ଆସିବେ, କ୍ଷତିଗ୍ରସ୍ତ ଜିଲ୍ଲା ଗସ୍ତ କରିବେ ।୨୫ରେ ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଯିବ ଟିମ୍ । ଜିଲ୍ଲାରୁ ଫେରିବା ପରେ ୨୬ରେ ଭୁବନେଶ୍ବରରେ ଅଧିକାରୀଙ୍କ ସହ ମିଟିଂ କରିବେ । ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବେ ବୋଲି ସୁରେଶ ପୂଜାରୀ କହିଛନ୍ତି ।